ଲାଞ୍ଚ ନେଉଥିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ: ମାଡ଼ିବସିଲା ଭିଜିଲାନ୍ସ
ଭିଜିଲାନ୍ସ ଜାଲରେ ଭୁବନେଶ୍ବର TPCODL ସର୍କଲ-୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟଙ୍କୁ ମାଡ଼ିବସିଛି ଭିଜିଲାନ୍ସ। ୨୦ ହଜାର ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି। ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଯନ୍ତ୍ରୀଙ୍କ ଘରୁ ନଗଦ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ। ଏକାକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ ।ସୂଚନାଯୋଗ୍ୟ, ଓଡ଼ିଶା ଭିଜିଲାନ୍ସ ଟିମ ଗତକାଲି ରାତିରେ ଭୁବନେଶ୍ୱର TPCODL ସର୍କଲ-୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (କ୍ୱାଲିଟି) ତୁଷାରକାନ୍ତ ଜଣେ ଠିକାଦାରଙ୍କ ଠାରୁ ଏକ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ସ୍ଥାପିତ ଟ୍ରାନ୍ସଫର୍ମରକୁ ବିଦ୍ୟୁତ ଯୋଗାଣ ପାଇଁ ଚୂଡାନ୍ତ ଯାଞ୍ଚ ରିପୋର୍ଟ ପ୍ରଦାନ କରିବା ନିମନ୍ତେ ସେ ଏହି ଲାଞ୍ଚ ଦାବି କରିଥିଲେ। ଠିକାଦାରଙ୍କ ଅଭିଯୋଗ ଅନୁଯାୟୀ, ଗତ ଦୁଇ ମାସ ଧରି ସେ ରାୟଙ୍କୁ ରିପୋର୍ଟ ପାଇଁ ଅନୁରୋଧ କରୁଥିଲେ, କିନ୍ତୁ ରାୟ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ବାଧ୍ୟ ହୋଇ ଠିକାଦାର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏହା ପରେ ଭିଜିଲାନ୍ସ ଟିମ ତୁଷାରକାନ୍ତଙ୍କୁ ଲାଞ୍ଚ ଗ୍ରହଣ କରୁଥିବାବେଳେ ଧରିଥିଲା।
