*ଲାଞ୍ଜିଗଡ଼ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀ ଘର ଭାଙ୍ଗିବା ଘଟଣା ସହାୟତା ର ହାତ ବଢ଼ାଇଲେ ଯୁବ ସାମ୍ବାଦିକ
କଳାହାଣ୍ଡି, ଶେଖର ସୁମନ ଦାଶ (HR TV ଓଡ଼ିଆ):କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଡ଼ୁଥିବା ବେଳେ ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ୱାଲୀ ଗାଁରେ ଦୁଇଟି ପରିବାରର ଦୁଇଟି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଇ ରାସନ ସାମଗ୍ରୀ ସହିତ ଆସବାବପତ୍ର ନଷ୍ଟ କରି ଦେଇଥିଲେ। ସୂଚନାଯୋଗ୍ୟ ପାହାଡ଼ପଦର ପଞ୍ଚାୟତ ଅନ୍ତର୍ଗତ ପଟାଙ୍ଗପଦର ଗାଁର ଦୁଇ ପରିବାର କିଛି ବର୍ଷ ହେବ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ୱାଲୀ ଗାଁରେ ରହି ପୋଡୁଚାଷ କରି ଆସୁଥିଲେ ହେଲେ ଗତ ୮ତାରିଖ ବିଳମ୍ବିତ ରାତିରେ ୨୨ଟିକିଆ ହାତୀ ପଲ ଗାଁକୁ ଆସି ଦୁଇଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଦୁଇଟି ପରିବାର ଅଳ୍ପକେ ବର୍ତ୍ତୀ ଯାଇଥିଲେ କିନ୍ତୁ ଏବେ ଯାଏଁ ପ୍ରଶାସନ ପକ୍ଷରୁ ଦୁଇ ପରିବାରକୁ କୌଣସି ସହାୟତା ମିଳିପାରିନାହିଁ। ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ଼ ସାମ୍ବାଦିକ ସମୂହ ପକ୍ଷରୁ ସାମ୍ବାଦିକ ସୁଶାନ୍ତ ମାଝୀ, ଦିଲ୍ଲୀପ ନାଏକ, ମନୋଜ ଦୋରା, ତୁଳସୀ ରାମ ପ୍ରଧାନୀ, ସାଗର ବେନାଲ, ପ୍ରଦାନ ମାଝୀ,ଦେବାନନ୍ଦ ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପରିବାରର ଦୁଗୀ ମାଝୀ ଓ ପୁରାଣା ମାଝୀଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ତେବେ ଉକ୍ତ ଅଞ୍ଚଳରେ ଏତେ ବଡ଼ ଅଘଟଣରୁ ଦୁଇ ପରିବାର ଅଳ୍ପକେ ବର୍ତ୍ତୀଯାଇଥିଲେ ସୁଦ୍ଧା ଘଟଣା ସ୍ଥଳକୁ କୌଣସି ରାଜ ନେତା କିମ୍ବା ପ୍ରଶାସନ ଆସିନାହାନ୍ତି ବୋଲି ଦୁଇ ପରିବାର ଲୋକେ ପ୍ରକାଶ କରିବା ସହ ସହାୟତାର ହାତ ବଢ଼ାଇଥିବା ଉକ୍ତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
