‘ଲାହୋର ୧୯୪୭’ ରେ ନଜର ଆସିବେ ସନ୍ନି ଓ ପ୍ରୀତି ଜିଣ୍ଟା

ଫିଲ୍ମ ‘ଗଦର ୨’ ର ବ୍ଲକବଷ୍ଟର ହୋଇଥିଲା। ଏହି ଫିଲ୍ମରେ ପରେ ସନି ଦେଓଲ ଏକ ଜବରଦସ୍ତ କମ୍‌ବ୍ୟାକ୍‌ କରିଛନ୍ତି। ତାଙ୍କର ପ୍ରାଧାନ୍ୟତା ଦର୍ଶକଙ୍କ ମଧ୍ୟରେ ରହିଆସିଛି। ବର୍ତ୍ତମାନ ସେ ‘ଲାହୋର ୧୯୪୭’ ର ସୁଟିଂରେ ବ୍ୟସ୍ତ ରହିବେ। ଚଳଚ୍ଚିତ୍ରଟି ଅମୀର ଖାନ ପ୍ରଡକ୍ସନରେ ନିର୍ମିତ ହେବାକୁଯାଉଛି। ଫିଲ୍ମରେ ସନ୍ନି ଦେଓଲଙ୍କ ବ୍ୟତୀତ ରାଜକୁମାର ସନ୍ତୋଷି ଏବଂ ଅମୀର ଖାନ ମଧ୍ୟ ଏକାଠି ନଜର ଆସିବେ।

ଜାନୁଆରୀ ୨୪, ବୁଧବାର ଦିନ ପ୍ରୀତି ଜିଣ୍ଟାଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓରୁ ବାହାରକୁ ଆସୁଥିବା ନଜର ଆସିଥିଲେ। ଅଭିନେତ୍ରୀ ‘ଲାହୋର ୧୯୪୭’ ର ଲୁକ୍ ଟେଷ୍ଟ ପାଇଁ ଯାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପ୍ରୀତି ଏହି ଚଳଚ୍ଚିତ୍ର ସହିତ ବହୁ ବର୍ଷ ପରେ ସନ୍ନି ଦେଓଲଙ୍କ ସହ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ସନ୍ନି ଏବଂ ପ୍ରୀତି ‘ହିରୋ: ଲଭ୍ ଷ୍ଟୋରୀ ଅଫ୍ ସ୍ପାଏ’ ଭଳି ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି।