ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଆସନ୍ତା ୧୫ରେ ପାଳନ ହେବ ମହାଶିବରାତ୍ରି। ଏଥିରେ କୌଣସି ଦନ୍ଦ୍ୱ ନାହିଁ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା ପରିକ୍ରମା ପଡ଼ିଥାଏ ସେହି ଦିନ ମହାଶିବରାତ୍ରି ପାଳନ କରାଯାଏ।ସେପଟେ ଗତ ବର୍ଷ ମହାଦୀପ ଅଘଟଣ ରୋକିବାକୁ ବଡ଼ ଯୋଜନା ହୋଇଛି। ମହା ଦୀପ ଉଠିବା ବେଳେ ଅଧିକ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିକୁ ବାରଣ କରାଯାଇଛି। କେବଳ ଆବଶ୍ୟକତା ଅନୁଯାୟୀ ସେବାୟତ ଉପସ୍ଥିତ ରହିବେ। ଅନ୍ୟ ଲାଇନ ଦିପାଟ ମେଣ୍ଟ ସହ କାମ କରିବେ ନିର୍ଦ୍ଧାରିତ ରାତ୍ର୧୦ଟା ରେ ଉଠିବ ମହାଦୀପ। ତାପରେ ମହାପ୍ରଭୁଙ୍କ ଇଚ୍ଛା। ଯିଏ ଯାହା ଷଡ଼ଯନ୍ତ୍ର କଲେ ବି ପ୍ରଭୁ ତାର ନିଷ୍ପତି ନେବେ ବୋଲି କହିଛନ୍ତି  ବିଧାୟକ ବାବୁ ସିଂ। ସବୁ ସୁରୁଖୁରୁରେ ହେବା ପାଇ ହୋଇଛି ଆଲୋଚନା।