ଲିଭର ରୁ ସମସ୍ତ ଖରାପ ଜିନିଷ ସଫା କରେ ଏହି ଜୁସ

ଆଜିକାଲି ବ୍ୟସ୍ତବହୁଳତା ଜୀବନରେ ମଣିଷ ଖାଇବା ପିଇବାରେ ସବୁଠାରୁ ଅଧିକା ଅବହେଳା କରିଥାଏ । ଅଧିକାଂଶ ଲୋକ ପେଟ ଜନୀତ ରୋଗରେ ପିଡିତ ରହୁଛନ୍ତି ।ଯେଉଁ ଥିରେ ଅଧିକାଂଶ ଗ୍ୟାସ୍ , ଅପଚୟ ଆଦି ସମସ୍ୟା ଆସିଥାଏ । ଏହାର ନିରାକରଣ ପାଇଁ ଅଧିକାଂଶ ଲୋକ ବିଦେଶୀ ଔଷଧ ପ୍ରୟୋଗ କରିଥାନ୍ତି , କିନ୍ତୁ ସେଇ ଔଷଧ କିଛି ସମୟ ପାଇଁ ତ ଆରାମ ଦେଇଥାଏ କିନ୍ତୁ ପରେ ତାହା ସ୍ୱାସ୍ଥ ପାଇଁ ବହୁତ ଖରାପ ହୋଇଥାଏ । କ୍ୟାନସର୍ ଓ ଲିଭର୍ ଭଳି ରୋଗରୁ ଦିଏ ମୁକ୍ତି ଯଦି ଲିଭର୍ କୁ ସଫା ରଖିବା ଓ ସୁସ୍ଥ ରଖିବା ପାଇଁ ୭ ଦିନ ପାଇଁ ବାହାର ଜଙ୍କ୍ ଫୁଡ୍ କୁ ଖାଇବା ବନ୍ଦ କରିବାକୁ ହେବ । ଓ ଖାଦ୍ୟ ଖାଇବା ସମୟରେ ଅଧା ପେଟ ସାଲାଡ୍ ଓ ସବୁଜ ପରିବାରେ ଭରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଲିଭର୍ ରୁ ଅଧିକାରୁ ଅଧିକା ଟକ୍ସିନ୍ ବାହାର କରିବାକୁ ସମର୍ଥ ହୋଇଥାଏ ।

ସାମଗ୍ରୀ : ଏହି ପ୍ରକିୟା ପାଇଁ ଆପଣଙ୍କୁ ଲାଉ , ହଳଦୀ, ଧନିଆଁ , ଲେମ୍ବୁ, କଳା ଲୁଣ, ଗିଲୋୟର ରସ ଏହି ସାମଗ୍ରୀଗୁଡିକର ଆବଶ୍ୟକତା ହେବ । କହିଦେଉଛୁ କି ଗିଲୋୟର ରସ ଆପଣଙ୍କୁ ଯେ କୌଣସି ଆୟୁର୍ବେଦିକ ଔଷଧ ଦୋକାନ କିମ୍ବା ପତଞ୍ଜଳୀ ଷ୍ଟୋର୍ ରେ ମିଳିଯିବ , ଏହା ଇମୁନିଟି ବୁଷ୍ଟର ଭଳି କାମ କରିଥାଏ । ଓ ତାହା ସହ ଲିଭର୍ ର ମଇଳାକୁ ସଫା କରିଥାଏ ।

ବନେଇବା ପ୍ରଣାଳୀ : ଲାଉକୁ ଛେଲି ଦିଅନ୍ତୁ ଓ ସେଥିରେ ଧନିଆଁକୁ ମିଶାଇ ଗ୍ରାଇଣ୍ତିଙ୍ଗ୍ କରିଦିଅନ୍ତୁ ।ଓ ତାର ଜୁସ୍ ବାହାର କରିଦିଅନ୍ତୁ ଓ ଏହାର ମାତ୍ରା ର ପରିମାଣ ୧ ଗ୍ଲାସ୍ ହେବା ଜରୁରୀ । ଏହି ଜୁସ୍ ରେ ଗୋଟେ ଚାମଚ ହଳଦୀ, ଗୋଟେ ଚାମଚ କଳା ଲୁଣ, ଗୋଟେ ଚାମଚ ଲେମ୍ବୁର ରସ ଓ ୩୦ ମିଲି ଗିଲୋୟ ସେହି ଜୁସ୍ ରେ ମିଶ୍ରଣ କରନ୍ତୁ ।ଏହି ପାନୀୟକୁ ଖାଲି ପେଟରେ ସେବନ କରନ୍ତୁ ।