ଲେମ୍ବୁ , ହଳଦୀ , ମହୁ ରେ ଚମତ୍କାର ଉପଚାର | ଏହିସବୁ ସମସ୍ୟାକୁ ଦୁରକରେ |

ଅଧିକାଂଶ ଲୋକ ନିଜକୁ ଫିଟ୍‌ ରଖିବା ପାଇଁ ଉଷୁମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇଥାନ୍ତି । ଯାହାଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । କିନ୍ତୁ ଯଦି ଏଥିରେ ଟିକେ ହଳଦୀ ମିଶାଇ ପିଇବେ , ତେବେ ଶରୀରର କିଛି ବଡ଼ ବଡ଼ ସମସ୍ୟାର ଦୂର ହେବ । ଗୋଟେ ଗ୍ଲାସ୍‌ରେ ଅଧା ଲେମ୍ବୁ ଚିପୁଡ଼ି ସେଥିରେ ହଳଦୀ ଏବଂ ଉଷୁମ ପାଣି ମିଶାନ୍ତୁ । ଏହା ପରେ ସେଥିରେ ୧/୪ ଟି-ସ୍ପୁନ୍‌ ମହୁ ମିଶାନ୍ତୁ । ସବୁ ମିଶିଯିବା ପରେ ଏହାକୁ ପିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ କ’ଣ ସବୁ ଫାଇଦା ମିଳିବ ଆସନ୍ତୁ ଜାଣିବା ।

ହଳଦୀ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ । ଯଦି ସକାଳୁ ଉଠି ଆପଣମାନେ ହଳଦୀ, ଲେମ୍ବୁ ଏବଂ ମହୁକୁ ଉଷୁମ ପାଣିରେ ମିଶାଇ ପିଉଛନ୍ତି, ତେବେ ଅପଣଙ୍କ ମସ୍ତିଷ୍କ ଶାନ୍ତ ଏବଂ ସକ୍ରିୟ ହୋଇ ଯାଇଥାଏ । ଯଦି ଆପଣଙ୍କର କଥା ଭୁଲିଯିବାର ସମସ୍ୟା ରହିଛି, ତେବେ ଏହି ମିଶ୍ରଣକୁ ପିଇବା ଆରମ୍ଭ କରନ୍ତୁ ।ଏଥିରେ ଯକୃତ ମଧ୍ୟ ସୁସ୍ଥ ରହିଥାଏ ।

ନିୟମିତ ଭାବରେ ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହେବା ସହ ପାଚନକ୍ରିୟା ସୁସ୍ଥ ରହିଥାଏ ।ଓ ହଳଦୀରେ କର୍‌କ୍ୟୁରିନ୍‌ ନାମକ କେମିକାଲ ରହିଥାଏ, ଯାହା କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡ଼ିକ ସହ ଲଢ଼ିଥାଏ ।