ଲୋକପ୍ରିୟ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ଦେହାନ୍ତ

ଭୋଜପୁରୀର ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ହୃଦଘାତରେ ପରଲୋକ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୭୨ ବର୍ଷ ହୋଇଥିଲା।ଗତ ୪୬ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସିଥିଲେ।ହିନ୍ଦୀ ସିନେମାରେ ଅଭିନୟ କରି ବ୍ରିଜେଶ ଲୋକଙ୍କ ହୃଦୟ ଜିତିଥିଲେ। ସେ ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମାନ ଖାନ, ରଜନୀକାନ୍ତଙ୍କ ସମେତ ଅନେକ ବଡ ତାରକାଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି।

ବଲିଉଡ ବ୍ୟତୀତ ସେ ଭୋଜପୁରୀ ଚଳଚ୍ଚିତ୍ରରେ ମଧ୍ୟ ଅନେକ ନାମ ଅର୍ଜନ କରିଥିଲେ। ବଲିଉଡରେ ୨୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ମୁଖ୍ୟତଃ ଭୋଜପୁରୀ ଚଳଚ୍ଚିତ୍ରରେ ନକାରାତ୍ମକ ଚରିତ୍ରରେ ଅଭିନୟ କରିଥିଲେ।