ଲୋକସେବା ଭବନରେ ଅଗ୍ନିକାଣ୍ଡ
ଲୋକସେବା ଭବନରେ ଅଗ୍ନିକାଣ୍ଡ । ସଟ୍ ସର୍ଟିକରୁ ନିଆଁ ଲାଗିଥିବା କୁହାଯାଉଛି । ଅଳ୍ପ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇଥିଲା ।ଗୃହ ବିଭାଗ ପ୍ରକୋଷ୍ଠରେ ନିଆଁ ଲାଗିଥିଲା । ସୂଚନାନୁଯାୟୀ, ବୁଧବାର ସକାଳ ପ୍ରାୟ ୯ଟା ବେଳେ ଲୋକସେବା ଭବନରେ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ ଇଲେକ୍ଟ୍ରି ବୋର୍ଡରୁ ସର୍ଟ ସର୍କିଟ୍ରୁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଫାୟାର ଆଲାରାମ୍ ବାଜିଥିଲା। ଅଗ୍ନିକାଣ୍ଡ ବେଳେ କୌଣସି କର୍ମଚାରୀ ନଥିଲେ। ସଫେଇ କରୁଥିବା ଲୋକମାନେ ଏହା ଦେଖି ଅଗ୍ନିଶମ ବାହିନିକୁ ଖବର ଦେଇଥିଲେ। ସଚିବାଳୟ ଅଗ୍ନିଶମ ଟିମ୍ ଓ ଇଲେକ୍ଟ୍ରିକାଲ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ବଡ଼ ଧାରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି।

 
			