ଶତ୍ରୁକୁ ଚେତାବନୀ । ଯେକୌଣସି ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ
ପହଲଗାମ ଆତଙ୍କୀ ଆକ୍ରମଣ ପରେ ମେ’ ମାସରେ ହୋଇଥିବା ସୈନ୍ୟ କାର୍ଯ୍ୟାନୁଷ୍ଠାନ ବା ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ବିବେଦୀ ଏକ ବଡ଼ ବୟାନ ଦେଇଛନ୍ତି ।ଜେନେରାଲ ଦ୍ୱିବେଦୀ କହିଛନ୍ତି, ପାକିସ୍ତାନ ଗୁପ୍ତ ଭାବରେ ଆତଙ୍କବାଦକୁ ଯେତେ ପ୍ରୋତ୍ସାହିତ କରୁନା କାହିଁକି, ଭାରତୀୟ ସେନା ଏହାର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ କଶ୍ମୀରରେ ଆତଙ୍କବାଦ ଯଥେଷ୍ଟ ହ୍ରାସ ପାଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୬୧ପ୍ରତିଶତ ପାକିସ୍ତାନୀ ଥିଲେ । ଶତ୍ରୁ ପାକିସ୍ତାନ ହେଉ କିମ୍ବା ଏହାର ସମର୍ଥିତ ଆତଙ୍କବାଦୀ, ପ୍ରତ୍ୟେକ ବିପଦର ଉପଯୁକ୍ତ ଜବାବ ଦେବାର କ୍ଷମତା ସେନାର ଅଛି ।ଯେଉଁମାନେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବେ, ଆମେ ସେମାନଙ୍କୁ କଡ଼ା ଜବାବ ଦେବୁ । ଆମେ ଭବିଷ୍ୟତର ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛୁ । ଯଦି ପାକିସ୍ତାନ ସୁଯୋଗ ଦିଏ, ତେବେ ପଡ଼ୋଶୀ ଦେଶ ତାକୁ ଦାୟିତ୍ବ କ’ଣ ଠିକରେ ଶିଖାଇଦେବ ।
