ଶବ ଶୋଭାଯାତ୍ରାରେ ଶବ ହୋଇଗଲେ ଶୁଭେନ୍ଦୁ
ଶବ ଶୋଭାଯାତ୍ରାରେ ଶବ ହୋଇଗଲେ ଶୁଭେନ୍ଦୁ ବିଧିର ବିଧାନ କେ କରିବ ଆନ । ମଣିଷ ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ହଠାତ ହୃଦଘାତରେ ମୃତ୍ୟୁ ଘଟଣାରେ ଗଣିଆ ଅଂଚଳରେ ଦୁଃଖର ଛାୟା ଖେଳିଯାଇଛି । ଏଭଳି ଏକ ଦୃଶ୍ୟ ଦେଖିବକୁ ମିଳିଛି ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ । ଗ୍ରାମର ଯୋଗୀନାଥ ମହାଳିକ (୭୮)ଙ୍କ ଦିବା ୧ଘଟିକା ସମୟରେ ମୃତ୍ୟୁ ବରଣ କରିଥିଲେ । ବନ୍ଧୁ ଓ ପରିବାର ବର୍ଗ ଶବ ଦାହ ପାଇଁ ଶ୍ମଶାନ ଅଭିମୁଖେ ବାହାରିଥିଲେ । ଖୋଳ କୀର୍ତନର ତାଳେ ତାଳେ ଶବକୁ ଶ୍ମଶାନକୁ ନେଲା ସମୟରେ ସେହି ଗ୍ରାମର ଶୁଭେନ୍ଦୁ କୁମାର ସାହୁ (୬୨) ଖୋଳ କୀର୍ତନ କରି ଯାଉଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେହି ସ୍ଥାନରୁ ସଙ୍ଗେ ସଙ୍ଗେ ଗ୍ରାମର କିଛି ଲୋକମାନେ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପରିବାର ଲୋକ ଶବକୁ ନେଇ ଘରକୁ ଯାଇଥିଲେ । ଶୋକାକୁଳ ପରିବେଶରେ ଗାଁ ଦାଣ୍ଡ ଫାଟି ପଡ଼ୁଥିଲା । ଘରେ ଶବ ଉପରେ ମୁଣ୍ଡ ରଖି କାନ୍ଦ ବୋବାଳି କରୁଥିବା ସମୟରେ ଶୁଭେନ୍ଦୁଙ୍କ ନାକ ଦେଇ ନିଶ୍ୱାସ ଯାଉଥିବାର ଅନୁଭବ କରିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ମଧ୍ୟ ତାଙ୍କୁ ପୁଣି ମୃତ ଘୋଷଣା କରିଥିଲେ ।

ପରିବାର ଲୋକେ ଶୁଭେନ୍ଦୁଙ୍କୁ କେକେଇରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଶ୍ମଶାନରେ ଶବଦାହ କରିଥିଲେ । ଶୁଭେନ୍ଦୁ ଜଣେ ଅବସରପ୍ରାପ୍ତ ଇଂଜିନିୟର । ଅବସର ପରେ ସେ ଗ୍ରାମର ବିଭିନ୍ନ ଯାନିଯାତ୍ରାଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ସହଯୋଗ କରୁଥିଲେ । ସେ ଜଣେ ମେଳାପୀ, କର୍ତବ୍ୟନିଷ୍ଠ ଓ ମିଷ୍ଠଭାଷୀ ବ୍ୟକ୍ତି ଥବଲେ । ତାଙ୍କ ମୃତ୍ୟୁକୁ ସହଜରେ ଅଂଚଳବାସୀ ବିଶ୍ୱାସ କରିପାରୁ ନାହାଁନ୍ତି । ନୟାଗଡ଼ ରୁ ବିଶ୍ୱରଂଜନ ସେଠିଙ୍କ ରିପୋର୍ଟ HRTV ODIA
