ଶରୀରରେ “ଭିଟାମିନ ଡି ” ଅଭାବ ହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ ?

ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ ଯେମିତି କି ବିଶେଷ ଭାବରେ ଏହାର ପରିମାଣ କମିଗଲେ ଶରୀରରେ କ୍ୟାଲସିୟମ ତତ୍ତ୍ଵ କମିଯିବା ସହ ଆମ ଅସ୍ଥି ବା ହାଡ ଦୁର୍ବଳ ହୋଇଥାଏ। ଅନୁସନ୍ଧାନରୁ ଜଣାପଡିଛି ଯେ “ଭିଟାମିନ ଡି” ଅଭାବ ହେଲେ ହୃଦରୋଗ, ବୃକକ ରେ ପଥୁରି ବା କିଡନୀ ଷ୍ଟୋନ ଆଦି ରୋଗ ହେବାର ଆଶଙ୍କା ରହିଛି। ତେଣୁ ଏହି ଭିଟାମିନ ଶରୀରରେ ସଠିକ୍ ମାତ୍ରାରେ ରହିବା ପାଇଁ କେତୋଟି ସରଳ ଉପାୟ ଜାଣନ୍ତୁ। ସବୁଠୁ ଉତ୍ତମ ସ୍ରୋତ ହେଉଛି ସୂର୍ଯ୍ୟକିରଣ। ସବୁଦିନ ସକାଳୁ କିଛି ସମୟ ସୂର୍ଯ୍ୟକିରଣ ପଡ଼ିଥିବା ସ୍ଥାନରେ ଚଲାବୁଲା କଲେ ତାହା ଶରୀର ପାଇଁ ବେଶ୍ ଉପକାରୀ । ଛତୁ, ମାଛ, କଡ୍ ଲିଭର୍ ତେଲ , ସୋୟା ଜାତୀୟ ଖାଦ୍ୟ ଓ ଅଣ୍ଡା ଖାଇଲେ ମଧ୍ଯ “ଭିଟାମିନ ଡି ” ଅଭାବ ହୋଇନଥାଏ ।