ଶରୀର ସହିତ ମୁହଁର ସୌନ୍ଦର୍ଯ୍ୟ ପାଇଁ ତୁଳସୀ ପତ୍ର

ଗୋଟିଏ ପାତ୍ରରେ ପାଣି ଆଣନ୍ତୁ, ଏଥିରେ ତୁଳସୀ ପତ୍ର ୨୧ଟି ଏବଂ ଅଁଳା ଗୁଣ୍ଡ ୧୦ ଗ୍ରାମ ମିଶାନ୍ତୁ। ୧୫ ମିନିଟ ପରେ ସେହି ପାଣିକୁ ମୁଣ୍ଡରେ ଲଗାନ୍ତୁ। ଏହାପରେ କେଶ ଧୋଇ ଦିଅନ୍ତୁ।ତୁଳସୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ। ତେଣୁ ପ୍ରତିଦିନ ଖାଲି ପେଟରେ ୩ଟି ଲେଖାଏଁ ତୁଳସୀ ପତ୍ର ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ।ତୁଳସୀକୁ ଆପଣ ପେଟ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇବା ପାଇଁ ବ୍ୟବହାର କରିପାରିବେ। ଗୋଟେ ଚାମଚ ତୁଳସୀ ରସକୁ ପାଣିରେ ମିଶାଇ ତାକୁ ଫୁଟାଇ ତାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଆଉ ପେଟରେ ଯନ୍ତ୍ରଣା ହେବା କ୍ଷଣି ଏହି ପେଷ୍ଟକୁ ନାଭି ଓ ପେଟରେ ଲେପନ କରନ୍ତୁ। ଏହା କରିବା ଦ୍ୱାରା ତୁରନ୍ତ ଉପଶମ ମିଳିଥାଏ ।୫୦ ଗ୍ରାମ ତୁଳସୀ ପତ୍ର ଓ ୫୦ ଗ୍ରାମ ଲେମ୍ବୁ ରସ ମଶାଇ ଭଲ ଭାବରେ ବାଟି କ୍ରିମ ଭାବରେ ମୁହଁରେ ଲଗାଇଲେ ମୁହଁ ଚର୍ମରେ ଚମକ ଆସିଥାଏ।