ଶାରଦୀୟ ଦୁର୍ଗାପୂଜା,ଆଜି ବିଜୟା ଦଶମୀରେ ଚାଲିଛି ମା’ଙ୍କ ପୂଜା
ଶାରଦୀୟ ଦୁର୍ଗାପୂଜାର ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ବିଭିନ୍ନ ସ୍ଥାନରେ ହେବ ରାବଣପୋଡି ଉତ୍ସବ ପାଳନ ହେବ। ସେଥିପାଇଁ ଦେଶର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ଆଜି ମଣ୍ଡପ ମାନଙ୍କରେ ସିନ୍ଦୂର ଖେଳ ପରମ୍ପରା ରହିଛି । ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି । ମାନ୍ୟତା ରହିଛି ଆଜିର ଦିନରେ ମାଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ । ତେବେ କଟକ, ଭୁବନେଶ୍ବର, ବାଲେଶ୍ବର, ରାଉରକେଲା, ସମ୍ବଲପୁର ସବୁଠି ଦୁର୍ଗାପୂଜା ପାଇଁ ଆଧ୍ୟାତ୍ମିକ ପରିବେଶ । ଟ୍ବିନ ସିଟିରେ ମୁଖ୍ୟ ଆକର୍ଷଣ ସାଜିଛି ଲାଇଟ ସାଜସଜା । ସବୁଠି ସୁଉଚ୍ଚ ତୋରଣ ମନମୋହୁଛି । ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି ଦେଖିବାକୁ ମିଳୁଛି । ଦିନ ଅପେକ୍ଷା ରାତିରେ ମେଢ଼ ବୁଲିବାକୁ ଭଲ ପାଉଛନ୍ତି ଲୋକମାନେ।
