ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା।

ଶିବସେନାରେ ସାମିଲ ହେଲେ ଅଭିନେତା ଗୋବିନ୍ଦା। ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି। ସିନ୍ଦେଙ୍କ ପାର୍ଟି ଗୋବିନ୍ଦାଙ୍କୁ ମୁମ୍ବାଇ ନର୍ଥ-ଇଷ୍ଟ ଲୋକସଭା ଆସନ ପାଇଁ ଟିକେଟ ଦେଇପାରେ । ଏହି ଆସନରୁ ଉଦ୍ଧବ ଠାକରେଙ୍କ ଶିବସେନା ତରଫରୁ ଅମୋଲ କିର୍ତ୍ତୀକରଙ୍କୁ ପ୍ରର୍ଥୀ କରାଯାଇଛି ।

ଏନେଇ ବୁଧବାର ଦିନ ଗୋବିନ୍ଦା ଶିବସେନା (ସିନ୍ଦେ ଗୋଷ୍ଠୀ)ର ପ୍ରବକ୍ତା ତଥା ପୂର୍ବ ବିଧାୟକ କୃଷ୍ଣା ହେଗଡେଙ୍କ ସହ ବୈଠକ କରିଥିଲେ । ଗୋବିନ୍ଦା ପୂର୍ବରୁ ୨୦୦୪ରେ କଂଗ୍ରେସ ଟିକେଟ୍‌ରେ ମୁମ୍ବାଇ ଉତ୍ତର ଲୋକ ସଭା ଆସନରୁ ନିର୍ବାଚନରେ ଜିତିଥିଲେ।