ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ତାଲିମପ୍ରାପ୍ତ ଗୃପ୍ ଏହି ବିଭିନ୍ନ ଉପାୟରେ ଏହି ଗଣନା କରୁଛନ୍ତି । ଚଳିତ ଥର ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବେଶ ଆଶାବାଦୀ ଶିମିଳିପାଳ କର୍ତ୍ତୃପକ୍ଷ । ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ବାଘ ଗଣନା ପାଇଁ କ୍ୟାମେରା ଲଗାଯାଇଛି । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଯିବା ଆସିବା କରୁଥିବା ରାସ୍ତାରେ ଏହି କ୍ୟାମେରାକୁ ଲଗାଯାଉ ଥିବା ବେଳେ ପାଖାପାଖି ୭ ଶହରୁ ଅଧିକ କ୍ୟାମେରାକୁ ବିଭିନ୍ନ ପର୍ଯ୍ୟାୟରେ ୧୩ ଶହଟି ସ୍ଥାନରେ ଲଗାଯାଇଛି । ଏସବୁ କ୍ୟାମେରା ସାମ୍ନାରେ ବାଘ କିମ୍ବା ଅନ୍ୟ ଯେକୌଣସି ଜନ୍ତୁ ପାର ହେବା ପରେ ଏହି କ୍ୟାମେରାରେ ଫଟୋ ଉଠିବ । ବାଘଙ୍କ ଫଟୋକୁ ଏନଟିସିଏକୁ ହସ୍ତାନ୍ତର କରାଯିବା ପରେ ଏହି ଫଟୋକୁ ବିଶ୍ଲେଷଣ ଏବଂ ସମୀକ୍ଷା କରି ବାଘଙ୍କର ପ୍ରକୃତ ତଥ୍ୟ ଣାପଡିବ ।
