ଶିଶୁ ମନ୍ଦିରରେ ନିଶା ସେବନର କୁପ୍ରଭାବ ଓ ପ୍ରତିକାର

ଗଣିଆ – ( ବିଶ୍ୱରଂଜନ ସେଠି) ଗୁରୁବାର ଦିନ ଗଣିଆ ବ୍ଲକ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରପ୍ରତିକାର ଉପରେ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ମହାପାତ୍ରଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥିଭାବେ ସହାପ୍ରାନ୍ତ ସେବା ପ୍ରମୁଖ ଓଡିଶା ପୂର୍ବ ରାଷ୍ଟ୍ରୀୟ ସ୍ୱୟଂମ ସେବକ ସଂଘର କାଯ୍ୟକର୍ତ୍ତା ବେଲେଶ୍ୱର ସାହୁ ଯୋଗ ଦେଇଥିବା ବେଳେ ସାମ୍ନାନୀତ ଅତିଥିଭାବେ ଆର ଏସ ଏସ ର ଖଣ୍ଡ ସମ୍ପର୍କ କାର୍ତ୍ତିକ ସାମଲ, ଆଚାର୍ଯ୍ୟ ପ୍ରତିନିଧି ପ୍ରତାପ କୁମାର ବେହେରା, ବରିଷ୍ଠ ଆଚାର୍ଯ୍ୟ ଶଙ୍କର୍ଷଣ ସାହୁ, ଉପସ୍ଥିତ ଥିଲେ । ପରିସରରେନିଶା ସେବନର କୁ ପ୍ରଭାବ ଓ ନିଶା ମନରୁ ଦୁଃଖ ସାମୟିକ ଭାବେ ଦୂର କରାଇ ଆନନ୍ଦ ଅନୁଭବ କରାଏ । ପ୍ରତିଥର ଏହି ଆନନ୍ଦ ଅନୁଭବ କରିବାକୁ ହେଲେ ଅଧିକରୁ ଅଧିକ ନିଶା ବ୍ୟବହାର କରିବାକୁ ପଡ଼ିଥାଏ । କାରଣ ଆମ ଶରୀରରେ ଥିବା ଜୀବକୋଷଗୁଡ଼ିକ ସମାନ ଫଳ ଦେଖାଇବା ପାଇଁ ପ୍ରତିଥର ଅଧିକ ନିଶା ମାତ୍ରା ଦରକାର କରିଥାନ୍ତି । ଏହାକୁ ଜୀବକୋଷଗୁଡ଼ିକର ‘ନିଶା ଆସକ୍ତି ଭାବ’ କୁହାଯାଏ । କେତେକ ନିଶା ଅଛି, ଯାହାକୁ ଥରଟିଏ ବ୍ୟବହାର କଲେ ମଧ୍ୟ ଜୀବକୋଷରେ ଆସକ୍ତିଭାବ ସୃଷ୍ଟି ହୋଇଥାଏ । ତେଣୁ ଏହି ନିଶା ଛାଡ଼ିଲାବେଳେ ଶରୀରରେ କେତେକ ଲକ୍ଷଣ ଦେଖାଯାଏ । ତେଣୁ ପୁଣି ଥରେ ନିଶା ଖାଇବା ପାଇଁ ଆସକ୍ତି ଭାବନା ସୃଷ୍ଟି ହୁଏ । ବାରମ୍ବାର ନିଶା ସେବନ ଦ୍ୱାରା ଆମର ଶାରୀରିକ ଓ ମାନସିକ ସ୍ତରରେ ନିଶାଦ୍ରବ୍ୟ ପ୍ରତି ନିର୍ଭରତା ଆସେ ।ଯଦି କୌଣସି କାରଣରୁ ନିଶା ଦ୍ରବ୍ୟ ବ୍ୟବହାର କରୁଥିବା ଲୋକ କୌଣସି ଦିନ ନିଶା ନ ପାଏ, ତେବେ ତାହାର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ଅନୁଭୂତ ହୁଏ । ମଦ ନିଶାଶକ୍ତ ବ୍ୟକ୍ତିମାନେ ଯେତେ କହିଲେ ମଧ୍ୟ ନିଶା ଛାଡି ପାରନ୍ତି ନାହିଁ; କାରଣ ମଦ ବନ୍ଦ କରିଦେଲେ ହାତ ଥରେ, ଛାତି ଧଡ୍ଧଡ଼୍ ହୁଏ, ମୁଣ୍ଡ ବିନେ୍ଧ, ଡର ଲାଗେ ଓ ନିଦ ହୁଏନାହିଁ । ଏହାର ଚିକିତ୍ସା ପାଇଁ ସମାଜର ପ୍ରତ୍ୟେକ ସ୍ତରରୁ ସ୍ୱେଚ୍ଛାସେବୀ ଆବଶ୍ୟକ । ଆଇନଜ୍ଞ, ପୋଲିସ, ଶିକ୍ଷାବିତ୍, ମନସ୍ତତ୍ତ୍ୱବିତ୍ ତଥା ଡାକ୍ତର ଓ ମାନସିକ ରୋଗ ବିଶେଷଜ୍ଞଙ୍କ ବ୍ୟତୀତ ଏ ବିଷୟରେ ସମ୍ବାଦ ସରବରାହ ସଂସ୍ଥାର ସାହାଯ୍ୟ ନିହାତି ଆବଶ୍ୟକ ବୋଲି ମୁଖ୍ୟ ଅତିଥି କହିଥିଲେ । ଏଇ କାଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ଏହାର ଉପାଦେୟତା ସମ୍ପର୍କରେ ଆଲୋଚନାରେ ଭାଗନେଇ ନିଶା ସେବନ ଉପରେ ସଚେତନ ହୋଇଥିଲେ ।