ଶିଶୁ ଶ୍ରମିକ ନିରୋଧ ସଚେତନତା କାର୍ଯ୍ୟକ୍ରମ।
ଶିଶୁ ଶ୍ରମିକ ନିରୋଧ ସଚେତନତା କାର୍ଯ୍ୟକ୍ରମ। ବିଶ୍ଵ ଯୁବ କେନ୍ଦ୍ର, ଅନୁଗୋଳ ଦ୍ଵାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ଦୁଇ ଦିନିଆଁ ଶିଶୁ ଶ୍ରମିକ ନିରାକାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଗୋଳ ମାର୍କେଟ ଠାରୁ ବନରପାଳ ପର୍ଯ୍ୟନ୍ତ ଓ ପାଳଲହଡା ମାର୍କେଟ ରେ ଥିବା ହୋଟେଲ, ଢ଼ାବା, ଗ୍ୟାରେଜ,ଓ ଅନ୍ୟାନ ଦୋକାନ ଗୁଡିକରେ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା। ୧୪ ବର୍ଷରୁ କମ ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ, ଏବଂ ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ କରିବା ଏକ ଧର୍ତ୍ତବ୍ୟ ଅପରାଧ ଏପରି କାର୍ଯ୍ୟ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ଏବଂ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି।ଏହି ପରି ଭୁଲ ଦ୍ଵିତୀୟ ଥର ହେଲେ ୩ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହେବାର ନିୟମ ଅଛି ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯାଇଥିଲା। ବିଶ୍ଵ ଯୁବ କେନ୍ଦ୍ରର ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ର ପ୍ରକଳ୍ପ ସହାୟକ ଓ ସହାୟିକା ଓ ପୋଲିସ ପ୍ରଶାସନ ସହଯୋଗ କରିଥିଲେ
