ଶୀତଦିନେ ଦହି ଖାଇବାର ଲାଭ

ଦହି ସ୍ବାସ୍ଥ୍ୟପ୍ରତି ହିତକର ଅଟେ | ମାତ୍ର ଶୀତଦିନେ ଦହି ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ , ଦହି ଖାଇବା ଫଳରେ କଫ ସମସ୍ୟା ବୃଦ୍ଧି ହୁଏ । ଏହା ସହିତ ଯେଉଁମାନଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ ସେମାନଙ୍କ ପକ୍ଷେ ଦହି ଖାଇବା ଉଚିତ୍‌ ନୁହେଁ। ଖାସ୍‌ କରି ରାତିରେ ଦହି ଖାଇବା ନିଷେଧ ।ଯଦି ଶ୍ୱାସ ସମସ୍ୟା ରହିଥାଏ ସେମାନେ ଏହାକୁ ସନ୍ଧ୍ୟା ପରେ ଖାଇବା ଅନୁଚିତ। ଭୁଲ ରେ କେବେ ଅଧିକ ଥଣ୍ଡା ଦହି ଖାଆନ୍ତୁ ନାହିଁ। ଏହା ସହ ବାସି ଦହି ନ ଖାଇ ସତେଜ ଦହି ଖାଆନ୍ତୁ।

ଶୀତଦିନେ ଦହି ଖାଇବାର ଖରାପ ପ୍ରଭାବ ବିଷୟରେ ଜାଣିଲେ ଏବେ ଜାଣନ୍ତୁ ଏହାର ଉପକାରିତା

ଆପଣଙ୍କର ଜାଣିବା କଥା ଶୀତଦିନେ ଦହି ଖାଇଲେ ବିଭିନ୍ନ ପ୍ରକାର ଫାଇଦା ମଧ୍ୟ ମିଳିଥାଏ। ଏଥିରେ ଭିଟାମିନ, ପୋଟାସିୟମ, ମ୍ୟାଗ୍ନେସିୟମ ଓ ପ୍ରୋଟିନରେ ଭରପୂର ଦହି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ଦହି ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ମଜୁବତ ହୋଇଥାଏ। ଫଳରେ ଥଣ୍ଡା କାଶ ଭଳି ସମସ୍ୟା ଦୂର ହୋଇଥାଏ। ଶୀତଦିନରେ ଫ୍ରିଜରେ ଦହି ନରଖି ଖାଇବା ଦେହ ପାଇଁ ଭଲ।ଦହିରେ କ୍ୟାଲସିୟମର ମାତ୍ରା ଭରପୂର ଥାଏ। ଫଳରେ ହାଡ଼ ମଧ୍ୟ ଶକ୍ତ ହୋଇଥାଏ। ଡାଇଟିଙ୍ଗ୍‌ କରୁଥିବା ଲୋକଙ୍କ ପାଇଁ ଦହି ଲାଭପ୍ରଦ ଅଟେ । କାରଣ ଦହି ଖାଇଲେ ଭୋକ କମ୍‌ ଲାଗିବା ସହିତ ଓଜନ ବୃଦ୍ଧିକୁ ରୋକି ଥାଏ।କେଶ ଏବଂ ତ୍ୱଚା ପାଇଁ ମଧ୍ୟ ଦହି ଲାଭଦାୟୀ। ଦହି ଖାଇବା ଦ୍ୱାରା କେଶ ଏବଂ ତ୍ୱଚା ସୁସ୍ଥ ରହିଥାଏ। ଖାଇବା ସହିତ କେଶ ଓ ତ୍ୱଚାରେ ମଧ୍ୟ ଆପଣ ଦହି ଲଗାଇ ପାରିବେ।