ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୨୫୨ କୋଟି: ଉପମୁଖ୍ୟମନ୍ତ୍ରୀ

୫ ବର୍ଷ ଯାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ୨୫୨ କୋଟି ବଜେଟ ପ୍ରାବଧାନ । ଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଉତ୍ତର ରଖିଛନ୍ତି । କହିଛନ୍ତି, ୫୮ଟି ଉପଖଣ୍ଡରେ ଶୀତଲ ଭଣ୍ଡାର ପିପିପି ମୋଡରେ ହେବ । ଏନେଇ ଗୋ ସୁଗମ ଆପରେ ୧୩ଟି ଆବେଦନ ଆସିଛି । ୩ ଆବେଦନ କାର୍ଯ୍ୟକୁ ଆଗେଇବାକୁ ଗୋ ଆହେଡ ଦିଆଯାଇଛି । ଏଥିରୁ ପୁରୀ, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଗୋଟେ ଲେଖାଏଁ ଅଛି । ଅନ୍ୟପଟେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓଙ୍କୁ ପ୍ରଶ୍ନ କରିଥିଲେ ଯେଉଁ ସରକାର ସାର ଯୋଗାଇ ପାରୁନି ସେ ସରକାରରେ ଶୀତଳ ଭଣ୍ଡାର କେମିତି ହେବ ।