ଶେଖ ମେସାଲ କୁଏତର ନୂଆ ଶାସକ

କ୍ୱେତର ଅମୀର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ସବାଙ୍କ ପରଲୋକ ପରେ ତାଙ୍କ ଭାଇ ଶେଖ ମେସାଲଙ୍କୁ ନୂଆ ଅମୀର ଘୋଷଣା କରାଯାଇଛି। ତେବେ ୮୩ ବର୍ଷ ବୟଷ୍କ ଶେଖ ମେସାଲଙ୍କୁ ଅମୀର ଦାୟିତ୍ୱ ୨୦୨୧ରୁ ମିଳିସାରିଥିଲା। ଯେତେବେଳେ କୁଏତର ଅମୀର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ସବା ତାଙ୍କ ଜୀବିତାବସ୍ଥାରେ ଦେଶର ଶାସନ ଡୋର ସାନ ଭାଇଙ୍କ ଉପରେ ନ୍ୟସ୍ତ କରିଥିଲେ। କ୍ୱେତ ସମ୍ବିଧାନ ଅନୁସାରେ ପୂର୍ବବର୍ତ୍ତି ଅମୀର ଅକ୍ଷମ ହେବା ପରିସ୍ଥିତିରେ କ୍ରାଉନ ପ୍ରିନ୍ସଙ୍କୁ ଅମୀରଙ୍କ ଦାୟିତ୍ୱ ଦିଆଯାଏ।ତିନି ବର୍ଷ ପୂର୍ବେ କ୍ରାଉନ ପ୍ରିନ୍ସ ହେବା ପୂର୍ବରୁ ଶେଖ ମେଶାଲ ନିଜର ଅଧିକାଂଶ କ୍ୟାରିୟରଯର ଅଂଶ ଗଲ୍ଫ ରାଜ୍ୟର ସୁରକ୍ଷା ତଥା ପ୍ରତିରକ୍ଷା ପାଇଁ ଉତ୍ସର୍ଗ କରିଥିଲେ।ଶେଖ ମେଶାଲଙ୍କ ପରିବାର ୧୭୫୨ରୁ କୁଏତ ଉପରେ ଶାସନ କରିଆସୁଛନ୍ତି ଏବଂ ବର୍ତ୍ତମାନ ଶେଖ ମେଶାଲଙ୍କ ଉତ୍ତରାଧିକାରୀ ହେବେ। ୧୯୯୧ରେ କୁଏତ ରାଜ ପରିବାରର ମୂଲ୍ୟ ୯୦ ବିଲିୟନ ଆମେରିକୀୟ ଡଲାର ଥିଲା। କିନ୍ତୁ ଯେହେତୁ ସେମାନଙ୍କ ଷ୍ଟକ ଏବଂ ସେୟାରର ମୂଲ୍ୟ ବୃଦ୍ଧି ପାଇଛି, ଆଜି ପରିବାରର ମୂଲ୍ୟ ପ୍ରାୟ ୩୬୦ ବିଲିୟନ ଡ଼ଲାର ହୋଇଛି।ଶେଖ ଅହମଦ ଅଲ-ଜବର ଏଲ ସବାଙ୍କ ସପ୍ତମ ପୁତ୍ର। କ୍ୱେତର ନୂଆ ଅମୀର ଶେଖ ମେସାଲଙ୍କ ଜନ୍ମ ୧୯୪୦ ମସିହାରେ ହୋଇଥିଲା।

ସେ ୧୯୬୦ ମସିହାରେ ବ୍ରିଟେନର ହେଣ୍ଡନ ପୋଲିସ କଲେଜରୁ ସ୍ନାତ୍ତକ ଉତୀର୍ଣ୍ଣ ହେବା ପରେ ଦେଶର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପଦପଦବୀରେ ଥିଲେ।ଶେଖ ମେସାଲ ୨୦୦୪-୨୦୨୦ ପର୍ଯ୍ୟନ୍ତ ନ୍ୟାସନାଲ ଗାର୍ଡର ଉପ ମୁଖ୍ୟ ଥିଲେ। ୧୯୬୦ ମସିହାରେ ଗୃହମନ୍ତ୍ରାଳୟରେ ଯୋଗଦେବା ପରେ ୧୩ ବର୍ଷ ପର୍ଯ୍ୟନ୍ତ ଦେଶର ସୁରକ୍ଷା ମୁଖ୍ୟ ଥିଲେ। ଗତ ସେପ୍ଟେମ୍ବରରେ ଚୀନ ଯାତ୍ରା କାଳରେ ଏସିଆ ଅଲମ୍ପିକ୍ କ୍ରିଡାର ଉଦଘାଟନରେ ଯୋଗ ଦେବା ସହ ବିଭିନ୍ନ ଆର୍ଥିକ ବୁଝାମଣାରେ ଚୀନ୍‌ ସହ ଦ୍ୱିପାକ୍ଷୀକ ସ୍ୱାକ୍ଷର କରିଥିଲେ।