ଶେଷ ନିଃଶ୍ୱାସ ନେବା ପୂର୍ବରୁ ଥରୁଟିଏ ସରପଞ୍ଚ ହେବି :ସିଦ୍ଧାନ୍ତ

ବ୍ରହ୍ମପୁରରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ଦିଗପହଣ୍ଡିରୁ ବିଧାୟକ ହୋଇଛନ୍ତି। ବିଧାୟକଭାବେ ଶପଥ ନେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ବହୁତ କମ୍‌ ଲୋକଙ୍କ ଭାଗ୍ୟରେ ଥାଏ ଉଭୟ ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ ହେବା। ତେବେ ଆମ ମୁଖ୍ୟମନ୍ତ୍ରୀ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଁ ବିଧାୟକ ଅଛି କିନ୍ତୁ ଥରୁଟେ ସରପଞ୍ଚ ହୋଇ ଅନୁଭୂତି ନେବାକୁ ଚାହୁଥିବା ପ୍ରକାଶ କରିଛନ୍ତି।କେବେ ଯଦି ସୁଯୋଗ ମିଳିବ ତା’ହେଲେ ଶେଷ ନିଃଶ୍ୱାସ ନେବା ପୂର୍ବରୁ ଥରୁଟିଏ ସରପଞ୍ଚ ହୋଇ ସେ ଅନୁଭୂତି ହାସଲ କରିବାକୁ ଚାହିଁବି।

ସୂଚନାଯୋଗ୍ୟ ଯେ ପୂର୍ବରୁ ସିଦ୍ଧାନ୍ତ ସରପଞ୍ଚ ବାବୁ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର କରିଥିବାବେଳେ ଏଥିରେ ସେ ସରପଞ୍ଚ ଭୂମିକାରେ ଅଭିନୟ କରିଥିଲେ। ଯାହା ଦର୍ଶକଙ୍କ ଦ୍ବାରା ବେଶ୍ ପସନ୍ଦ ହୋଇଥିଲା। ସେ ସାଇକେଲରେ ବିଧାନସଭା ଆସି ପରିବେଶ ସୁରକ୍ଷା ନେଇ ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। କେବଳ ଏତିକି ନୁହେଁ, ସମସ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତାଙ୍କୁ ମଧ୍ୟ ସାଇକେଲ ବ୍ୟବହାର ପାଇଁ ଅପିଲ କରିଛନ୍ତି।