ଶୋଇଥିବା ସ୍ୱାମୀଙ୍କ ଉପରେ ପତ୍ନୀ ଢାଳିଲେ ଫୁଟୁଥିବା ତେଲ, ତା’ପରେ ଲଙ୍କାଗୁଣ୍ଡ ଛିଞ୍ଚିଲେ

ଦକ୍ଷିଣ ଦିଲ୍ଲୀର ଅମ୍ବେଦକର ନଗର ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମଦନଗୀରରେ ରହୁଥିବା ଦିନେଶ ନାମକ ଜଣେ ବ୍ୟକ୍ତି ଶୋଇଥିବା ବେଳେ ତାଙ୍କ ପତ୍ନୀ ତାଙ୍କ ଉପରେ ଫୁଟୁଥିବା ତେଲ ଢାଳି ଦେଇଥିଲେ ଓ ଆଘାତ ସ୍ଥାନରେ ଲଙ୍କାଗୁଣ୍ଡ ଛିଞ୍ଚିଥିଲେ। ଦିନେଶଙ୍କ ଚିତ୍କାର ଶୁଣି ପଡ଼ୋଶୀ ଓ ମକାନ ମାଲିକଙ୍କ ପରିବାର ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣା ଅନୁସାରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣାଟି ଅକ୍ଚୋବର ୨ ତାରିଖ ୩-୧୫ ସମୟରେ ଘଟିଥିଲା । ସେହି ସମୟରେ ଦିନେଶ କୁମାର ନିଜ ୪ ବର୍ଷର ଝିଅ ସହ ଶୋଇଥିଲେ ।ଦକ୍ଷିଣ ଜିଲା ପୁଲିସ ଉପାୟୁକ୍ତ ଅଙ୍କିତ ଚୌହାନ କହିଛନ୍ତି, ଘରୋଇ ବିବାଦ ଯୋଗୁଁ ଏହି ଘଟଣା ଘଟିଛି ଏବଂ ଦମ୍ପତିଙ୍କ ମଧ୍ୟରେ ସିଏଡ଼ବ୍ଲୁ ସେଲ୍‌ରେ ବିବାଦ ଚାଲିଥିଲା। ୩ ଅକ୍ଟୋବର ସକାଳ ପ୍ରାୟ ୩ଟା ବେଳେ ଦିନେଶଙ୍କ ପତ୍ନୀ ତାଙ୍କ ଶରୀରରେ ଗରମ ତେଲ ଢାଳିଥିଲେ। ଦିନେଶଙ୍କ ଅଭିଯୋଗ ଅନୁଯାୟୀ, ସେ ଶୋଇଥିବା ବେଳେ ପତ୍ନୀ ତାଙ୍କ ଧଡ଼ ଓ ମୁହଁରେ ଗରମ ତେଲ ଢାଳି ଲଙ୍କାଗୁଣ୍ଡ ଛିଞ୍ଚିଥିଲେ। ବିରୋଧ କଲେ ପତ୍ନୀ ଆହୁରି ଗରମ ତେଲ ଢାଳିବାକୁ ଧମକ ଦେଇଥିଲେ।ସେମାନଙ୍କ ବିବାହକୁ ୮ ବର୍ଷ ହୋଇଯାଇଛି । କିନ୍ତୁ ସେମାନଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା ବୋଲି କହିଛି ପୋଲିସ ।