ଶୌଚ ପାଇଁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ !
ଭଦ୍ରକ ଜିଲା ଆଗରପଡ଼ା ଥାନା ଅଞ୍ଚଳରେ ଶନିବାର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ କରାଯାଇଛି। ନାବାଳିକାଙ୍କ ବିରୋଧ ଯୋଗୁ ଅଭିଯୁକ୍ତ ତାଙ୍କୁ ଅସଦାରଣ କରିବାରେ ବିଫଳ ହେବାରୁ ସେ ପୀଡ଼ିତାଙ୍କୁ ପଛରରେ ଛେଚି ହତ୍ୟା ଉଦ୍ୟମ କରିଛି। ଗୁରୁତର ନାବାଳିକାଙ୍କୁ ପୋଲିସ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଗାଁ ନିକଟ କେନାଲକୁ ନାବାଳିକା ଜଣଙ୍କ ଏକାକୀ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ନାବାଳିକାଙ୍କୁ ଏକାକୀ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ ୨ ଯୁବକ । ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଦୁଇ ଯୁବକ ଧାରୁଆ ଅସ୍ତ୍ରରେ ନାବାଳିକାଙ୍କ ମୁହଁ ଓ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ ।
ଫଳରେ ସେହି ସ୍ଥାନରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଯାଇଥିଲେ ନାବାଳିକା । ସ୍ଥାନୀୟ ଲୋକେ ନାବାଳିକାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିବାରୁ ଦୁଇ ଯୁବକ ଖସି ପଳାଇଥିଲେ । ଆଗରପଡ଼ା ପୋଲିସ ଖବର ପାଇ ମୁଣ୍ଡଳୀ ନିକଟରୁ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି ।
