ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ
ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ସ୍ଥାନରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସେହିପରି ରଥଯାତ୍ରାର ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ସ୍ଥାନ ପାଇଛି । ଟେବୁଲ କ୍ୟାଲେଣ୍ଡର, ୱାଲ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର ଦେଖାଯାଇଛି। ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଦାବି ଜୋର ଧରିଛି । ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
