ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଓଢ଼ଣ ଷଷ୍ଠୀ ନୀତି

ଆଜି ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ । ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଓଢ଼ଣ ଷଷ୍ଠୀ ନୀତି । ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ଘୋଡ଼ ଲାଗି ବା ଶୀତବସ୍ତ୍ର ପରିଧାନ କରିଥାନ୍ତି । ସିଂହାସନରେ ଠାକୁରଙ୍କ ପାଗ ଓ ଘୋଡ ଲାଗି କରାଯାଇ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ। ବିଶ୍ୱାସ ରହିଛି, ପଞ୍ଚମୀ ତିଥିରେ ମହାପ୍ରଭୁ ଶୀତ ସହିତ ଯୁଦ୍ଧ କରି ହାରିଯାଇଥାନ୍ତି। ତେଣୁ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଦୁଇଥର ବଡସିଂହାର ବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଷଷ୍ଠୀ ତିଥିରୁ ଘୋଡ ଲାଗି ହୋଇଥାନ୍ତି। ସପ୍ତାହର ୭ ଦିନରେ ବାର ଅନୁଯାୟୀ ଶ୍ରୀବିଗ୍ରହମାନେ ୭ ପ୍ରକାର ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି।ଓଢ଼ଣୀ ଶଷ୍ଠୀ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ । ଘୋଡ ଲାଗି ବେଶ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଏହି ବେଶ ଦର୍ଶନ ଦ୍ୱାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି ।