ଶ୍ରୀମନ୍ଦିରର ପବିତ୍ରତା ଓ ପରମ୍ପରାକୁ ନଷ୍ଟ କଲେ ସତ୍ୟବାଦୀ ବିଧାୟକ।
ଶ୍ରୀମନ୍ଦିରର ପବିତ୍ରତା ଓ ପରମ୍ପରାକୁ ନଷ୍ଟ କଲେ ସତ୍ୟବାଦୀ ବିଧାୟକ।ଏଭଳି ଅଭିଯୋଗ ଆଣି ଆଜି ସାମ୍ବାଦିକ ସମିଳନୀ କରି ବିଧାୟକଙ୍କ ଉପରେ ଜୋରଦାର ବାର୍ଷିଛି ପୁରୀ ଆମ ଆଦମୀ ପାର୍ଟି।ସୂଚନା ମୁତାବକ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ଏକ ଭିଡିଓ,ଯେଉଁଭିଡ଼ିଓ ଟିରେ ରଥଯାତ୍ରା ଦିନ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମୋହନ ମାଝୀଙ୍କ ସହ ଶ୍ରୀମନ୍ଦିର ଭିତରକୁ ଉତର ଦ୍ୱାର ଦେଇ ପ୍ରବେଶ କରୁଛନ୍ତି ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର।ଏହା ପୂର୍ବରୁ ନିଜ ସୋସିଆଲ ମିଡ଼ିଆ facebook account ରେ ଗତ ୨୨ ଜୁନ ୨୦୨୫ ରେ ତାଙ୍କ ନିଜ ବଡ଼ଭାଇନା ଗୌତମ ମିଶ୍ରଙ୍କର ପରମପୂଜ୍ୟ ପିତୃଦେବ ମୋର ଦଦେଇ ଦେବବ୍ରତ ମିଶ୍ରଙ୍କ ଆକସ୍ମିକ ବିୟୋଗ ଘଟିଥିବାରୁ ମୁଁ ଗଭୀର ଶୋକ ପ୍ରକାଶ କରିବା ସହ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ’ । ଅର୍ଥାତ ତାଙ୍କ ବଡବାପା ସତ୍ୟବ୍ରତ ମିଶ୍ରଙ୍କ ଦେହାନ୍ତ ହୋଇଛି ବୋଲି ସେ ପୋଷ୍ଟ କରିଥିଲେ।ହିନ୍ଦୁ ଓ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ପରିବାରରେ କୌଣସି ବ୍ୟକ୍ତିଙ୍କ ଯଦି ଦେହାନ୍ତ ହୁଏ ତେବେ ୧୦ ଦିନ କର୍ମ ନଗଲା ପର୍ଯ୍ୟନ୍ତ ସେ ଶୁଦ୍ଧି ହୋଇନଥାନ୍ତି, ସେଥିପାଇଁ ତାଙ୍କୁ ଅଶୌଚ ଲାଗିଥିଏ;ଯଦି ବିଧାୟକ ଦଦେଇଙ୍କର ଜୁନ୍ ୨୨ରେ ପରଲୋକ ହେଲା, ତେବେ ତାଙ୍କର ଶୁଦ୍ଧିକର୍ମ ସରି ନଥିବା ବେଳେ ଅର୍ଥାତ୍ ଜୁନ୍ ୨୭ତାରିଖରେ ସେ କିପରି ଶ୍ରୀମନ୍ଦିରକୁ ଭିତରକୁ ପ୍ରବେଶ କଲେ? ହିନ୍ଦୁ ପରମ୍ପରା ଅନୁସାରେ ଅଶୌଚ ପରେ ଶୁଦ୍ଧି ନ ହେବା ପର୍ଯ୍ୟନ୍ତ କୌଣସି ମନ୍ଦିରକୁ ଯିବାର ବିଧ୍ ନାହିଁ I ସାଧାରଣତଃ ଆମ ପରମ୍ପରାରେ ୧୨ଦିନ ପର୍ଯ୍ୟନ୍ତ ଅଶୌଚ ଲାଗିଥ ଗିଥାଏ | ହେଲେ ବିଧାୟକ କିପରି ଏହାକୁ ଭୁଲିଗଲେ ବୋଲି ସାଧାରଣରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।କୋଟି ଓଡ଼ିଆଙ୍କ ଭାବର ଆବେଗକୁ କୁଠାରଘାତ କରି ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବା ପାଇଁ ଦଳୀୟ ନେତା-ମନ୍ତ୍ରୀଙ୍କ ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିରେ ଦର୍ଶନ ପାଇଁ ନିଶଙ୍କୋଚରେ ଉତରଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଉପସ୍ଥିତ ମୁଖ୍ୟମନ୍ତ୍ରୀ, ନେତା ଓ ସେବାୟତଙ୍କୁ ଛୁଇଁ ସେମାନଙ୍କୁ ଅଶୁଦ୍ଧ କରିବା ସହିତ ମାରା କରିଥିଲେ | କେବଳ ମନ୍ଦିର ଯେ ଯାଇଛନ୍ତି, ତାହା ନୁହେଁ, ରଥଯାତ୍ରାରେ ଭିଆଇପିଙ୍କ ପାଇଁ ହୋଇଥିବା ସମସ୍ଥ ବ୍ୟବସ୍ଥାରେ ସାମିଲ ମଧ୍ୟ ହୋଇ ରଥଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ସହ ରଥ ମଧ୍ଯ ଭିଡିଥିଲେ । ଜହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି। ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କର ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାରୁ ଅନେକ ତାଙ୍କୁ କଟାକ୍ଷ କରି ରଥଯାତ୍ରା ଦିନ ଘଟିଥିବା ଅଘଟଣ ଓମ ପ୍ରକାଶ ଙ୍କ ଯୋଗୁ ଘଟିଛି ବୋଲି ଦୋଷାରପ କରିଛନ୍ତି।।ସବୁବେଳେ ତାଙ୍କ ଦଳ ହିନ୍ଦୁତ୍ବର କଥା କହୁଥିବା ଏବଂ ଧର୍ମକୁ ନେଇ ସବୁବେଳେ ରାଜନୀତି କରି ଆସୁଥିବା ବିଜେପିର ଜ ଜଣେ ବିଧାୟକ କିପରି ଜଗନ୍ନାଥ ସଂସ୍କୃତି,ପ୍ରଥା ଓ ପରମ୍ପରା ଭୁଲିଗଲେ; ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସଂଜୀବ ମହାନ୍ତି ଙ୍କ ଓ ଜଗନ୍ନାଥ ପ୍ରେମୀଙ୍କ ସହ ଜନସାଧାରଣ।ଏଥିସହିତ ଶ୍ରୀ ମିଶ୍ର ଲଣ୍ଡା ହୋଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ନିକଟରେ କ୍ଷମା ପାର୍ଥନା କରିବା ସହିତ ସମସ୍ଥ ୧୬ ବ୍ରାହ୍ମଣ ଶାସନୀ ବ୍ରାହ୍ମଣଙ୍କ ନିକଟରେ ଭୁଲ ମାଗିବା ପାଇଁ ଦାବି କରିଛନ୍ତି
