ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ପ୍ରସଙ୍ଗ । ବନ୍ଦ ରହିଲା କ୍ୟାଲେଣ୍ଡର ବିକ୍ରି
ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ପ୍ରସଙ୍ଗ । ବର୍ତ୍ତମାନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ବିକ୍ରି ବନ୍ଦ ରହିଲା । ଶ୍ରୀମନ୍ଦିର ପ୍ରଶାସନ ସୂଚନା କେନ୍ଦ୍ରରେ ବିକ୍ରି ହେଉନି କ୍ୟାଲେଣ୍ଡର । ଦୁଇଟି ଯାକ କାଉଣ୍ଟରରେ ଆଉ ବିକ୍ରି ହେଉନାହିଁ କ୍ୟାଲେଣ୍ଡର । କ୍ୟାଲେଣ୍ଡରରେ ମହାପ୍ରଭୁଙ୍କ ଫଟୋ ଅଦଳବଦଳ ତ୍ରୁଟି ସାମ୍ନାକୁ ଆସିଥିଲା । ଏହାକୁ ନେଇ ସେବାୟତ ଓ ଭକ୍ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ତ୍ରୁଟି କାହିଁକି ହେଲା ତର୍ଜମା କରାଯିବ କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଏସଜେଟିଏ ଅରବିନ୍ଦ ପାଢୀ ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି ଯେ କ୍ୟାଲେଣ୍ଡରରେ ବ୍ୟବହୃତ ଚିତ୍ର ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ୩୦୦-୪୦୦ ବର୍ଷ ପୁରୁଣା ତାଳପତ୍ର ଚିତ୍ର ଉପରେ ଆଧାରିତ। ତେବେ ଚିତ୍ର ଶିଳ୍ପୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଚିତ୍ର କେବଳ କ୍ୟାଲେଣ୍ଡରରେ ସ୍ଥାନିତ ହୋଇଥିଲା। ଏହି ଚିତ୍ର କଳାକାରଙ୍କ ସୃଜନଶୀଳତାକୁ ପ୍ରତିଫଳିତ କରେ”।
