ଶ୍ରୀମନ୍ଦିର ପରିସରରେ ଆରମ୍ଭ ହେଲା ଶିଶୁ ସ୍ତନ୍ୟପାନ କକ୍ଷ
ଆଜିଠୁ ଶ୍ରୀମନ୍ଦିରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ। ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମା’ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି।ନିକଟରେ ଏନେଇ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି l ଯେଉଁଠାରେ ମା ମାନେ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇ ପାରିବେ l
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚୀସ୍ମିତା ଏବଂ ଅନ୍ଯ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ସ୍ଥାପନା ପାଇଁ ସ୍ଥାନ ନିରୂପଣ କରିଥିଲେ । ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ଯାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଥିଲା l ଆଜି ଏହା କାର୍ଯ୍ୟକାରୀ ହୋଇଛି lକକ୍ଷର ରକ୍ଷଣାବେକ୍ଷଣ ପାଇଁ ଜଣେ ମହିଳା କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି।
