ଶ୍ରୀରାମ ରସ୍: ମହାପ୍ରଭୁ ଙ୍କ ଶ୍ରୀରାମ ସେତୁ ସମ୍ବନ୍ଧୀୟ କିଛି ଆଶ୍ଚର୍ଯ୍ୟ ଜନକ ତଥ୍ୟ

ସୂର୍ଯ୍ୟ ବଂଶୀ ସତ୍ୟବାଦୀ ମର୍ଯ୍ୟାଦା ପୁରୁଷୋତ୍ତମ ମହାପ୍ରଭୁ ଭଗବାନ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ଙ୍କ  ଶ୍ରୀରାମ ସେତୁ ସମ୍ବନ୍ଧୀୟ କିଛି ଆଶ୍ଚର୍ଯ୍ୟ ଜନକ ତଥ୍ୟ

୧. ଶ୍ରୀରାମ ସେତୁ ଭାରତ ର ରାମେଶ୍ଵରମ ଦ୍ବୀପ ଧନୁସକୋଡ଼ି ଠାରୁ ଶ୍ରୀଲଙ୍କା ର ମନ୍ନାର ଭୂଖଣ୍ଡ ପର୍ଯ୍ୟନ୍ତ ନିର୍ମିତ ବିଶ୍ୱ ର ସର୍ବୋତ୍କୃଷ୍ଟ ମାନବକୃତ ବନ୍ଧ
୨. ଲମ୍ବ ୪୮ କିଲୋମିଟର, ପ୍ରସ୍ଥ ୧୦୦ ଫୁଟ, ଗଭୀରତା ଦଶ ମିଟର
୩. ଶକ୍ତ ଭାସମାନ ପ୍ୟୁମିସ ଏବଂ କୋରାଲ ପଥର ରେ ନିର୍ମିତ ବନ୍ଧ
୪. ମାତ୍ର ପାଞ୍ଚ ଦିନ ମଧ୍ୟରେ ଦଶ ଲକ୍ଷ ବାନର ସେନା ଙ୍କ ଦ୍ଵାରା ନିର୍ମିତ

୫. ଶ୍ରୀରାମ ସେନା ମଧ୍ୟରୁ ଦୁଇ ଜଣ ସେନାଧକ୍ଷ ନଳ ଏବଂ ନୀଳ ଙ୍କ ଦ୍ଵାରା ନିର୍ମିତ
୬. ୧୪୮୦ ମସିହା ପର୍ଯ୍ୟନ୍ତ ରାମସେତୁ ଉପରେ ଯାତାୟାତ( ପାଦ ଚଲା, ଯାନ ବାହାନ ଦ୍ୱାରା ) କରି ହେଉଥିଲା
୭. ସମସ୍ତ ପଥର ଉପରେ ଶ୍ରୀରାମ ଶବ୍ଦ ଖୋଦିତ ହୋଇଥିଲା
୮. ଗୁଣ୍ଡୁଚି ମୂଷା ମାନେ ସମୁଦ୍ର ଜଳ ରେ ବୁଡ଼ ପକାଇ ଭିଜି ଆସି ବାଲି ରେ ଗଡ଼ି ହୋଇ ନିର୍ମାଣାଧୀନ ପଥର ବନ୍ଧ ଉପରେ ଝାଡ଼ି ହୋଇ ପଥର ମଧ୍ୟରେ ଥିବା ଫାଙ୍କ କୁ ବାଲି ଭରି ଦେଉଥିଲେ

୯. ରାବଣ ପରାସ୍ତ ଏବଂ ସୀତା ଉଦ୍ଧାର ପରେ ଲଙ୍କାପତି ବିଭୀଷଣଙ୍କ ଅନୁରୋଧ କ୍ରମେ ପ୍ରଭୁ ଶ୍ରୀରାମ ଭାରତ ର ଅନ୍ୟ ରାଜା ଙ୍କ ଆକ୍ରମଣ ରୁ ଲଙ୍କା କୁ ସୁରକ୍ଷିତ ରଖିବା ପାଇଁ ଏହି ରାମ ସେତୁ ର ଏକ ମୁଖ୍ୟାଂଶ କୁ ଭାଙ୍ଗି ଦେଇଥିଲେ।