ଶ୍ରୀ ଶ୍ରୀ ଚିନ୍ତାମଣି ଜୀଉଙ୍କ ୭ମ ବାର୍ଷିକ ଉତ୍ସବ ଉଦ୍ପାଯିତ
ଗଣିଆ, (ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ କୁମ୍ଭୀରଖଣି ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ଜିନ୍ତାମଣି ଜୀଉଙ୍କ ୭ମ ବାର୍ଷିକ ଉତ୍ସବର ପ୍ରଥମ ଦିନରେ ଅଙ୍କୁରାରୋପଣ, ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ୨ୟ ଦିନ ମଙ୍ଗଳବାର ଦିନ ୪ର୍ଥ ପ୍ରହରୀ ନାମସଂକୀର୍ତନ, ସୂର୍ଯ୍ୟପୂଜା, ଗୀତାଯଜ୍ଞ, ଯଜ୍ଞ ଆରମ୍ଭ ଓ ଶେଷ ଦିବସରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଆରମ୍ଭ ହେବା ସହିତ ଯଜ୍ଞ ପୁର୍ଣ୍ଣାହୁତି, ଘୃତଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ କର୍ତାଭାବେ ପ୍ରଫୁଲ କୁମାର ବେହେରା ଓ ତାଙ୍କର ଧର୍ମପତ୍ନୀ ଥିବାବେଳେ ମନ୍ଦିର କମିଟି ତଥା ଗ୍ରାମ୍ୟ କମିଟିର ସଦସ୍ୟଙ୍କ ସମେତ ଗ୍ରାମର ବହୁ ପୁରୁଷ ଓ ମହିଳାମାନେ ଚିନ୍ତାମଣୀ ଜୀଉଙ୍କ ୭ମ ବାର୍ଷିକ ଉତ୍ସବରେ ସଂପୁର୍ଣ୍ଣ ସହଯୋଗ କରିଥିଲେ । ଆସନ୍ତା କାଲି ନଗର କିର୍ତନ କରାଯିବ ବୋଲି କମିଟି ତରଫରୁ ସୁଚନା ମିଳିଛି ।
