ଶ୍ରେଷ୍ଠ ୫୦ ଏସୀୟ ତାରକା ରହିଲେ ଶୀର୍ଷରେ ଶାହରୁଖ ଖାଁନ

ଚଳିତବର୍ଷ ପାଇଁ ଶ୍ରେଷ୍ଠ ଏସୀୟ ସେଲିବ୍ରିଟିମାନଙ୍କର ପଚାଶ ଜଣିଆ ତାଲିକା ପ୍ରକାଶ ପାଇଛି। କିଙ୍ଗ୍‌ଖାନ୍‌ ଶାହରୁଖଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି। ସୂଚନା ମୁତାବକ, ବ୍ରିଟେନରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକା ତାଲିକାରେ ଶାହାରୁଖଙ୍କ ନାମ ଶୀର୍ଷରେ ରହିଛି। ସେହିପରି ଦ୍ୱିତୀୟରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ତୃତୀୟରେ ପ୍ରିୟଙ୍କା ଚୋପ୍ରା ରହିଛନ୍ତି। ଦଲଜିତ୍‌ ଦୋସାଞ୍ଜ ଏବଂ ରଣବୀର କପୁର ମଧ୍ୟ ସମାନ ତାଲିକାରେ ସ୍ଥାନ ପାଇଛନ୍ତି। ସେମାନଙ୍କ ଧାଡି ପଛରେ ଶ୍ରେୟା ଘୋଷାଲ, ଥଲାପତି ବିଜୟ, ବିହାଜଙ୍କ ନାମ ସାମିଲ ଅଛି ।

ବ୍ରିଟେନର ସାପ୍ତାହିକ ‘ଇଷ୍ଟର୍ନ ଆଇ’ରେ ଏହି ତାଲିକା ପ୍ରକାଶ ପାଇଛି। ଚଳିତବର୍ଷ ଖାହରୁଖ୍‌ଙ୍କ ‘ପଠାନ’, ‘ଜୱାନ’ ବ୍ଲକବ୍ଲଷ୍ଟର ହୋଇଥିବାବେଳେ ‘ଡଙ୍କି’ ଆସନ୍ତା ୨୧ରେ ମୁକ୍ତିଲାଭ କରିବ। ୧୯୯୨ରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଶାହରୁଖ ଅନେକ ଫିଲ୍ମ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି।