ଷଷ୍ଠ ଶ୍ରେଣୀରୁ ପିଲାମାନଙ୍କୁ ଦିଆଯିବ ଧନ୍ଦାମୂଳକ ଶିକ୍ଷା

ଏଣିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ପ୍ରଦାନ କରାଯିବ ଧନ୍ଦାମୂଳକ ଶିକ୍ଷା । ଯାହା ପିଲାମାନେ ନିଜ ନିଜର ବିଭିନ୍ନ କ୍ଷେତ୍ରକୁ ଜାଣିପାରିବେ ।ବର୍ଷକୁ ରହିବ ୧୦ଟି ବ୍ୟାଗଲେସ ପିରିୟଡ। ବିଶେଷଜ୍ଞମାନେ ଆସି ପିଲାମାନଙ୍କୁ ସୃଜନଶୀଳ କାର୍ଯ୍ୟ କରାଇବେ ଯଥା; ରୋଷେଇ, ବଢେଇ, ମାଳି, କୁମ୍ଭାର କାମର ପ୍ରଶିକ୍ଷଣ ଦେବେ ।ଏହାର ୭୦ ପ୍ରତିଶତ ପ୍ରାକ୍ଟିକାଲ ଆସେସମେଣ୍ଟ ରହିବ । ନୂତନ ଢାଞ୍ଚା ଦ୍ବାରା ଚାକିରୀ ଅନୁକୁଳ ପରିବେଶ ସହ ପିଲାମାନଙ୍କୁ ପରିଚିତ କରାଯିବାର ଲକ୍ଷ୍ୟ ନେଇ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ ବୋଲି ରାଜ୍ୟସ୍ତରୀୟ ଜାତୀୟ ଶିକ୍ଷା ନୀତି ଷ୍ଟିୟରିଂ କମିଟି ମତ ପ୍ରକାଶ କରିଛି । ଯାହା ପିଲାମାନଙ୍କ ଭିତରେ ଦକ୍ଷତା ବିକାଶ କରି ପାରିବ ।”ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି । ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷା ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ ରଖାଯାଇଛି । ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ । ଏଥିପାଇଁ ବର୍ତ୍ତମାନ ୪୦ଟି ସ୍ନାତକ ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ ସିଲାବସ ରହିବ । ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି Multi Disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ ମଧ୍ୟ କରାଯାଇଛି ।