ସଙ୍ଗୀତକାର ଅନୂପ ଘୋଷାଲଙ୍କ ପରଲୋକ

ପ୍ରଖ୍ୟାତ ସଙ୍ଗୀତକାର ତଥା ଗାୟକ ଡା. ଅନୂପ ଘୋଷାଲଙ୍କର ଶୁକ୍ରବାର ପରଲୋକ ହୋଇଛି। ୭୮ ବର୍ଷ ବୟଷ୍କ ଅନୂପ ୧୫ ଡିସେମ୍ବର ମଧ୍ୟାହ୍ନ ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଓ ଅନେକ ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଗତକାଲି ସେ ସବୁଦିନ ପାଇଁ ବିଦାୟ ଦେଇଥିଲେ। ଅନୁପଙ୍କ ଦେହାନ୍ତ ଖବର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅନେକ ପ୍ରଶଂସକ ଏବଂ ସେଲିବ୍ରିଟି ସୋସିଆଲ ମିଡିଆରେ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଥିବା ବେଳେ ପ୍ରମୁଖ ସଙ୍ଗୀତକାର ଅନୂପ ଘୋଷାଲଙ୍କ ବିୟୋଗରେ ମୁଁ ବହୁତ ଦୁଃଖି ବୋଲି ଉଲ୍ଲେଖ କରିଛନ୍ତି।ସଂଗୀତ ଜଗତରେ ଅନୁପ ଘୋଶାଲ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି, ପଶ୍ଚିମବଙ୍ଗ ସରକାର ୨୦୧୧ ମସିହାରେ ଅନୂପ ଘୋଷାଲଙ୍କୁ ନଜରୁଲ ସ୍ମୃତି ପୁରସ୍କାର ଓ ୨୦୧୩ ମସିହାରେ ସଙ୍ଗୀତ ମହାସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ଅନୂପ ଘୋଷାଲଙ୍କ ପରଲୋକ ସଙ୍ଗୀତ ଜଗତ ଲାଗି ଏକ ଅପୂରଣୀୟ କ୍ଷତି ବୋଲି ମମତା କହିଛନ୍ତି।ସେ ମଧ୍ୟ ତ୍ରିନାଥ କଂଗ୍ରେସ ଟିକେଟରେ ଉତ୍ତରପ୍ରଦେଶ ଆସନରୁ ୨୦୧୧ବିଧାନସଭା ନିର୍ବାଚନରେ ସଫଳତାର ସହ ପ୍ରତିଦ୍ୱନ୍ଦ୍ୱିତା କରି ରାଜନୀତିରେ ପ୍ରବେଶ କରିଛନ୍ତି।