ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି
ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଲେ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ।କ୍ରିଟିକାଲ୍ ଭେଣ୍ଟିଲେଟର ସହଯୋଗରେ ଅଛନ୍ତି ଅଭିଜିତ ମଜୁମଦାର । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା ଚାଲିଛି, ଉନ୍ନତି ଆସିନି ।ସୂଚନାମୁତାବକ, ପ୍ରାୟ ୧୦ ଦିନ ତଳେ କଟକର ଏକ ଘରୋଇ ହସ୍ପିଟାଲରୁ ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଅଭିଜିତ ମଜୁମଦାର। ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଲିଭର ଜନିତ ରୋଗରେ ପୀଡ଼ିତ ହୋଇଥିଲେ ଅଭିଜିତ। ଅଭିଜିତଙ୍କ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ରହିଛି । ସେ କିଡନୀ ରୋଗରେ ପୀଡ଼ିତ । ଅଭିଜିତଙ୍କର ରହିଛି ଅସ୍ମୋଟିକ୍ ଡିମାଏଲିନେସନ୍ ସିଣ୍ଡ୍ରୋମ, ବାଇଲେଟେରାଲ ନିମୋନିଆ, ଡିସେଲେଟ୍ରୋଲାଇଟେମିଆ ସମସ୍ୟା ମଧ୍ୟ ରହିଛି । ୪ ସେପ୍ଟେମ୍ବରରୁ ଭୁବନେଶ୍ଵର AIIMSରେ ଚିକିତ୍ସାଧୀନ ଅଭିଜିତଙ୍କ କିଡନୀ ଓ ଲିଭର ଫଙ୍କସନ ଏବେ ସ୍ଥିର ରହିଛି । ତେବେ ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯିବ । କିଛି ଅଙ୍ଗ ପ୍ରତ୍ୟଙ୍ଗ ଏବେ କାମ କରୁଛି। ଦିଲ୍ଲୀ ଏମ୍ସ ସହ ଆଲୋଚନା ହେବ, ଆଗକୁ ତାଙ୍କ ଚିକିତ୍ସା ପାଇଁ ଆଉ ଏକ ସ୍ଵତନ୍ତ୍ର ଟିମ୍ କାମ କରିବ ।
