ସମୁଦ୍ରରେ ବୁଡିଲା ମାଛଧରା ବୋଟ୍, ଅଳ୍ପକେ ବଞ୍ଚିଲେ 8 ମତ୍ସ୍ୟଜୀବୀ
ସମୁଦ୍ରରେ ବୁଡିଗଲା ମତ୍ସ୍ୟଜୀବୀ ବୋଟ୍ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ କେନ୍ଦ୍ରାପଡା ରାଜନଗର ସାତଭାୟା ସମୁଦ୍ରରେ ଏକ ମତ୍ସ୍ୟଜୀବୀଙ୍କ ବୋଟ ବୁଡି ଯାଇଛି । ସୌଭାଗ୍ୟ ବଶତଃ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି 8 ମତ୍ସ୍ୟଜୀବୀ । ସୂଚନାମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଇଞ୍ଜିନ ଖରାପ ହୋଇଯିବାରୁ ‘ତାରିଣୀ -୨’ ବୋଟ୍ଟି ବୁଡି ଯାଇଥିଲା । ଏହି ବୋଟଟି ଭଦ୍ରକ ଜିଲ୍ଲାର ବୋଲି ସୂଚନା ମିଳିଛି ।ଗତ 8 ଅକ୍ଟୋବରରେ ପାରାଦ୍ବୀପରେ ମଧ୍ୟ ଏପରି ଏକ ଅଘଟଣ ଘଟିଥିଲା । ସମୁଦ୍ରରୁ ମାଛମାରି ଫେରୁଥିବା ବେଳେ ମହାନଦୀ ମୁହାଣ ନିକଟରେ ଓଲଟି ପଡିଥିଲା ଡଙ୍ଗା । ଫଳରେ ଏଥିରେ 4 ଜଣ ଗୁରୁତର ହୋଇଥିଲେ । ଏମାନେ ପାରାଦ୍ୱୀପ ମାଛଧରା ବନ୍ଦରରୁ ଫେରୁଥିବା ସମୟରେ ମହାନଦୀ ମୁହାଣ ନିକଟରେ ହଠାତ୍ ପ୍ରବଳ ବର୍ଷା ଓ ଉଚ୍ଚ ଜୁଆର ଯୋଗୁଁ ଡଙ୍ଗାଟି ଓଲଟି ପଡିଥିଲା । ଫଳରେ ସେଥିରେ ଥିବା 4ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ବୁଡି ଯାଇଥିଲେ ।
