ସମୁଦ୍ର ବାଲିରେ ସ୍କୁଟର ପୂରେଇଦେଲା ମଦ୍ୟପ ଆଉ ତାପରେ ….
ରିଲ୍ସ କରି ,ତାକୁ ନେଇ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିବା ନିଶାରେ ମାତିଛନ୍ତି ଯୁବସମାଜ । ଭାଇରାଲ ହେବାର ନିଶା ଏତେ ଘାରିଛି ଯେ, ଦିନ ବିତୁଛି ରିଲ୍ସରେ ଆଉ ସକାଳ ଆରମ୍ଭ ହେଉଛି ରିଲ୍ସ ଦୁନିଆରୁ । ଏପରି ସମାନ ଘଟଣା ଘଟିଯାଇଛି ପୁରୀ ସମୁଦ୍ରକୂଳରେ । ରିଲ୍ସ ନିଶାରେ ସମୁଦ୍ର ଭିତରକୁ ସ୍କୁଟି ନେଇ ଜଣେ ଯୁବକ ପଶିଯାଇଥିଲେ। ଏହି ସମୟରେ ସମୁଦ୍ରରେ ଲହଡ଼ି ମାଡ଼ି ଆସିଥିଲା। ମଦ୍ୟପ ଯୁବକ ସ୍କୁଟରକୁ ବାହାର କରିବାକୁ ଝାଳନାଳ ହୋଇଗଲେ । ଉପସ୍ଥିତ ଲୋକେ ଏହାର ବେଶ୍ ମଜା ଉଠାଇଥିଲେ । ଆଉ ଏହାର ଭିଡିଓ କରିଥିଲେ । ଏପଟେ ସ୍କୁଟର କାଢ଼ିବାକୁ ଯାଇ ଚାଳକର ମଦ ଆଉ ରିଲ୍ସ ନିଶା ଉତୁରି ଯାଇଛି।ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେଉଛି। ସମୁଦ୍ରରେ ବିଭିନ୍ନ ସମୟରେ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟ ଆସୁଛି। ଯଦି ଏହି ଯୁବକ ଜଣଙ୍କ ବଡ଼ ଲହଡ଼ି କିମ୍ବା ରିପ୍ କରେଣ୍ଟରେ ପଡିଥାନ୍ତେ ନିହାତି ଏକ ବଡ଼ ଅଘଟଣ ଘଟିଥାନ୍ତା ବୋଲି ଅନୁମାନ କରାଯାଉଛି। ଦୁଃସାହାସିକ କାର୍ଯ୍ୟ କରୁଥିବା ଏହି ଯୁବକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
