ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଲେ SRC

ସୃଷ୍ଟି ହେଲା ସୁଦୃଶ ଲଘୁଚାପ କ୍ଷେତ୍ର। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସଦୃଶ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ପ୍ରଭାବ ନେଇ ସ୍ପଷ୍ଟ ସୂଚନା ନାହିଁ । ତେବେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି । ବୁଧବାର ଲ୍ୟାଣ୍ଡଫଲ୍ ନେଇ ସ୍ପଷ୍ଟ ସୂଚନା ମିଳିପାରିବ । ସମସ୍ତ ସିଷ୍ଟମ୍ ଉପରେ ଭାରତୀୟ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି ।ଆସନ୍ତା ୩ ଓ ୪ ତାରିଖରେ କେବଳ ହାଲକା ବର୍ଷା ହେବାର ଅନୁମାନ କରାଯାଉଛି।

୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ବର୍ଷା ହୋଇପାରେ । ତେବେ ୩ ଡିସେମ୍ବରରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୪ରେ ଉପକୂଳ ଓଡିଶା ଏବଂ ଅନ୍ୟ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଓଡ଼ିଶାରେ ପୂର୍ବରୁ ନଭେମ୍ବର ମାସରେ ବାତ୍ୟା ହୋଇଛି । କିନ୍ତୁ ଡିସେମ୍ବର ମାସରେ ବାତ୍ୟାର ସୂଚନା ନାହିଁ । ୩ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ । ଏହି ସିଷ୍ଟମ୍ ପ୍ରଭାବରେ ପଶ୍ଚିମ ଭାରତରେ ଏକ ଟ୍ରପ୍ ଲାଇନ୍ ରହିବ । ପ୍ରଭାବରେ ଥଣ୍ଡା ପବନ ବହିପାରେ ।