ସରକାରୀ କୋଠା ବାହାରେ ଲାଗିବ ସିସିଟିଭି

ସମସ୍ତ ସରକାରୀ କୋଠା ବାହାରେ ଲାଗିବ ସିସିଟଭି କ୍ୟାମେରା। କେନ୍ଦ୍ର ଓ ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି । ଅପରାଧ ଦୁର୍ନୀତି ରୋକିବାକୁ ବଡ ପଦକ୍ଷେପ ନିଆଯାଇଛି । ସରକାରୀ କୋଠା ବାହାରେ ଲାଗିବାକୁ ଥିବା ସିସିଟିଭି ଅତିକମ୍‌ରେ ୫୦୦ ମିଟର ଯାଏଁ କଭରେଜ କରିବ। ଏପରିକି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ସହ ଉକ୍ତ ସିସିଟିଭି ଯୋଡ଼ାଯିବ ବୋଲି ଜଣାପଡିଛି। ଯୋଜନା ସମ୍ପର୍କରେ ଆସନ୍ତା ୧୭ ତାରିଖରେ ବଡ଼ ବୈଠକ ବସିବ ବୋଲି ଜଣାପଡିଛି।ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡିଯାଇଛି । ଦିନ ଦ୍ୱିପହରେ ଲୁଟ, ଛିନତାଇ, ଅପହରଣ, ଦୁଷ୍କର୍ମ ହତ୍ୟା ଭଳି ମାମଲା ବଢିବାରେ ଲାଗିଛି ।