ସରିବାକୁ ଯାଉଛି ଡେଡ୍‌ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ

ସରିବାକୁ ଯାଉଛି ଡେଡ୍‌ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ। କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି। ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାଁନ୍ତି। ଏତେ ସଂଖ୍ୟକ ଲୋକଙ୍କ ଭିତରୁ କେତେ ଜଣଙ୍କ ରାସନ ବନ୍ଦ ହେବ ତାହା ସରକାରଙ୍କୁ ଅକଳରେ ପକାଇଛି । ଗତ ୧୪ ତାରିଖରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ଇ-କେୱାଇସି କରିନଥିଲେ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ୧୫ ଦିନରେ ମାତ୍ର ୭୩, ୧୦୬ ଜଣଙ୍କ ଇ-କେୱାସି ହୋଇଛି। ତେଣୁ ଆଉ ଦିନକରେ କେତେ ଜଣ ଇ-କେୱାଇସି କରିପାରିବେ ? ତାହା ଏବେ ଚିନ୍ତାର କାରଣ ହୋଇଛି ।ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି । ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ବହୁ ହିତାଧିକାରୀ ଅପ୍‌ଡେଟ୍ କରିପାରିନାହାନ୍ତି ।