ସରୋଗେସୀ ନିୟମରେ ବଡ଼ ପରିବର୍ତ୍ତନ: ୧୮୦ ଦିନର ମାତୃତ୍ଵ ଅବକାଶ

ସରୋଗେସି ଏବଂ ମାତୃତ୍ୱ ଛୁଟି ନିୟମ ସଂଶୋଧନ କରିଛନ୍ତି ଭାରତ ସରକାର। ଏଣିକି କେନ୍ଦ୍ର ସରକାରଙ୍କ ନିକଟରେ ଚାକିରୀ କରୁଥିବା ମହିଳା ମାନେ ସରୋଗେସି କିମ୍ବା ଶିଶୁ ଗ୍ରହଣ କଲେ ସେମାନଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ପାଇବା ପାଇଁ କମିଶନ ନିୟମ ସଂଶୋଧନ କରିଛନ୍ତି।ଏହି ନିୟମ ଅନୁଯାୟୀ, ସରୋଗେସୀ ମାଧ୍ୟମରେ ସନ୍ତାନ ପ୍ରସବ କରିଥିବା କେନ୍ଦ୍ର ସରକାରୀ ମହିଳା କର୍ମଚାରୀଙ୍କୁ ଏଣିକି ୬ ମାସର ମାତୃତ୍ୱ ଛୁଟି ମିଳିବ। ସେହିପରି ମହିଳା କର୍ମଚାରୀଙ୍କ ପାଇଁ ଗର୍ଭ ଧାରଣ କରିଥିବା ମହିଳା(ସରୋଗେଟ୍‌ ମାଆ) ବି ଯଦି କେନ୍ଦ୍ର ସରକାରୀ କର୍ମଚାରୀ ହୋଇଥିବେ, ତେବେ ଉଭୟ ମାଆଙ୍କୁ ୬-୬ ମାସର ମାତୃତ୍ଵ ଅବକାଶ ମିଳିବ।

ତେବେ ଏଥିପାଇଁ ସର୍ତ୍ତ ରହିଛି ଯେ, ୨ରୁ କମ୍‌ ଜୀବନ୍ତ ସନ୍ତାନ ଥିବା ମହିଳା ସରୋଗେସୀରେ ସନ୍ତାନ ପ୍ରସବ କରୁଥିଲେ ଏହି ଶିଶୁ ଯତ୍ନ ଛୁଟି ପାଇବାକୁ ଯୋଗ୍ୟ ହେବେ। କେନ୍ଦ୍ର ସରକାର ଏଥିପାଇଁ କେନ୍ଦ୍ରୀୟ ପ୍ରଶାସନିକ ସେବା(ଅବକାଶ) ନିୟମ, ୧୯୭୨ରେ ସଂଶୋଧନ କରିଛନ୍ତି। ନୂଆ ନିୟମ ଜୁନ୍‌ ୧୮ରୁ ଲାଗୁ କରାଯାଇଛି।ନୂଆ ନିୟମରେ ସରୋଗେସୀ ପାଇଁ ପିତୃତ୍ଵ ଅବକାଶକୁ ନେଇ ମଧ୍ୟ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ସରୋଗେସୀ ଜରିଆରେ ସନ୍ତାନ ଜନ୍ମ କରୁଥିବା ପିତା, ଯାହାଙ୍କର ୨ରୁ କମ୍‌ ଜୀବିତ ସନ୍ତାନ ଥିବେ, ସେ ପିତୃତ୍ଵ ଛୁଟି ପାରିପାରିବେ। ସନ୍ତାନ ଜନ୍ମ ହେବାର ୬ ମାସ ମଧ୍ୟରେ ସେ ୧୫ ଦିନର ପିତୃତ୍ଵ ଅବକାଶ ନେଇପାରିବେ।