ସର୍କଲସ୍ତରୀୟ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା


ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଳକସ୍ଥିତ ପିଏମଶ୍ରୀ କିଶୋର ଚନ୍ଦ୍ର ନୋହାଲ ବିଦ୍ୟାପୀଠ ଖେଳପଡ଼ିଆରେ ଶନିବାର ଦିନ ସର୍କଲସ୍ତରୀୟ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାରବାଳା ରାଉତଙ୍କ ଅଧବକ୍ଷତାରେ ମୁଖ୍ୟ ଅତିଥବଭାବେ ଅତିରିକ୍ତ ବ୍ଳବ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା ଯୋଗଦାନ କରିଥବବାବେଳେ ସମ୍ମାନିତ ଅତିଥବଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର କୁମାର ସାହୁ ଓ ଉପସଭାପତି ସସ୍ମିତା ଗଡ଼ନାୟକ ଯୋଗଦାନ କରି ଆନୁଷ୍ଠାନିକଭାବେ ପ୍ରଦର୍ଶନୀ ମେଳାକୁ ଉଦଘାଟନ କରିଥିଲେ । ଉକ୍ତ ମେଳାରେ ବିଦ୍ୟାଳୟର ଛାତ୍ରଛାତ୍ରମାନଙ୍କୁ ନେଇ ମୋଟ ଗଣିତ ଓ ବିଜ୍ଞାନ ବିଭାଗର ୩୦ଗୋଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲଶ । ଉକ୍ତ ମେଳାରେ ବିଚାରକଭାବେ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ, ଆଡ଼କଟାର ବିଜ୍ଞାନ ଶିକ୍ଷକ ପ୍ରବୀର କୁମାର ବେହେରା, ପଂଚାୟତ ଉଚ୍ଚ ବିଦ୍ୟାଳୟ, କିଶୋରପ୍ରସାଦର ବିଜ୍ଞାନ ଶିକ୍ଷକ ରାଜକିଶୋର ସାହୁ, ଓ ରାମଚନ୍ଦ୍ର ପାଣବନ୍ଧୁ ବିଦ୍ୟାପୀଠ, ରାସଙ୍ଗର ବିଜ୍ଞାନ ଶିକ୍ଷକ ପ୍ରତିନନ୍ଦା ସାହୁ କିଶୋର କୁମାର ପଣ୍ଡା ଯୋଗଦାନ କରିଥିଲେ । ଗଣିତ ଓ ବିଜ୍ଞାନ ବିଭାଗର ୩ଗୋଟି ଲେଖାଏର୍ ଗ୍ରୁପର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।