ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ

ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଅଭିନେତା ସୈଫ ଅଲି ଖାନ। ୫୩ ବର୍ଷୀୟ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦେବରା’ର ଶୁଟିଂ ସମୟରେ ଆହତ ହୋଇଥିଲେ। ତାଙ୍କୁ ହଠାତ୍‌ ​​ କୋକିଲା ବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଅଭିନେତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସୈଫ ଅଲ୍ଲୀ ଖାନ ତାଙ୍କ ଘର ବାହାରେ ପତ୍ନୀ କରୀନା କପୁରଙ୍କ ସହ ହାତ ମିଳାଇ ଗଣମାଧ୍ୟମକୁ ଧନ୍ୟବାଦ ଦେଉଥିବାର ନଜର ଆସିଥିଲେ।ମଙ୍ଗଳବାର ଅପରାହ୍ନରେ ଅଭିନେତା ତାଙ୍କ ସର୍ଜରୀ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣ ସାମ୍ନାକୁ ଆସିଥିଲେ।

ବର୍ତ୍ତମାନ ଅଭିନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ଅଭିନେତାଙ୍କ ଆଣ୍ଠୁରେ ନୁହେଁ ବରଂ ତାଙ୍କ କାନ୍ଧରେ ଅସ୍ତ୍ରୋପଚାର କରାଯାଇଛି। ବର୍ତ୍ତମାନ ସୈଫଙ୍କ କିଛି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ କୋକିଲାବେନ୍ ହସ୍ପିଟାଲରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା ​​।