ସର୍ବସାଧାରଣଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର
ଖୋଲିବ ଗୁଣ୍ଡିଚା ମନ୍ଦିର। ଡିସେମ୍ବର ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା । ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଛି ଗୁଣ୍ଡିଚା ମନ୍ଦିର । ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ଗୁଣ୍ଡିଚା ମନ୍ଦିର ନିକଟରୁ ହଟିଛି ଜବରଦଖଲ । ଭକ୍ତଙ୍କ ପାଇଁ ହୋଇଛି ବ୍ୟବସ୍ଥା । ଗୁଣ୍ଡିଚା ମନ୍ଦିରର ପରିଚାଳନା କରିବ ଶ୍ରୀମନ୍ଦିର ପ୍ରଶାସନ । ଟିକେଟ ଦର୍ଶନ ବ୍ୟବସ୍ଥା ହେବ ନା ନାହିଁ ପରେ ନିଷ୍ପତ୍ତି ନିଆଯିବ ।
