ସର୍ବୋଚ୍ଚ ବେସାମରିକ ସମ୍ମାନ: ଭାରତ ରତ୍ନ

ଭାରତ ରତ୍ନ ହେଉଛି ଭାରତ ଗଣରାଜ୍ୟର ସର୍ବୋଚ୍ଚ ବେସାମରିକ ସମ୍ମାନ । ଏହାର ଆରମ୍ଭ ୨ ଜାନୁଆରି, ୧୯୫୪ରେ ହୋଇଥିଲା । ଏହି ସମ୍ମାନ ଦେଶର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ସମ୍ମାନ ମରଣୋତ୍ତର ଭାବେ (ମୃତ୍ୟୁ ପରେ) ମଧ୍ୟ ଦିଆଯାଇପାରିବ। ଭାରତ ରତ୍ନକୁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଭଳି ଅନ୍ୟ ପୁରସ୍କାରଠାରୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ।ପ୍ରଥମ ଭାରତ ରତ୍ନ ଦେଶର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଏବଂ ମହାନ ବୈଜ୍ଞାନିକ ଡଃ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କୁ ପ୍ରଦାନ କରାଯାଇଥିଲା।ଯେଉଁମାନେ ସମାଜସେବା, କଳା, ବିଜ୍ଞାନ, ସାହିତ୍ୟ, କ୍ରୀଡ଼ା ଆଦି କ୍ଷେତ୍ରରେ ଅସାଧାରଣ ଅବଦାନ ଦେଇଛନ୍ତି । ସେହିମାନଙ୍କୁ ଏହି ସମ୍ମାନ ମିଳିଥାଏ | ଏହି ସମ୍ମାନ ସାଧାରଣତଃ ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯାଏ ।ସମ୍ମାନିତ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ଏକ ବିଶେଷ ପଦକ ଏବଂ ପ୍ରମାଣପତ୍ର ଦିଆଯାଏ । ଏହା ବ୍ୟତୀତ, ସେମାନଙ୍କୁ ପରିବହନ, ଆବାସ ଏବଂ ସୁରକ୍ଷା ଭଳି ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ ।