ସର୍ବ ଭାରତୀୟ ବ୍ୟାଘ୍ର ଗଣନାରେ ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରଥମଥର ପାଇଁ ସାମିଲ ହେବେ ଛାତ୍ରଛାତ୍ରୀ

ଆସନ୍ତା ନଭେମ୍ବର 6ରୁ ଆରମ୍ଭ ହେବାକୁ ହେବାକୁ ଯାଉଛି 2025-26 ପାଇଁ ବ୍ୟାଘ୍ର ଗଣନା । ଏହି ବ୍ୟାଘ୍ର ଗଣନାରେ ବରଗଡ଼ ଜିଲ୍ଲାର ଡୁଙ୍ଗରି କଲେଜ, କମଗାଁ କଲେଜ ଓ ଲଖନପୁର ହାଇସ୍କୁଲର 46 ଜଣ ଛାତ୍ରଛାତ୍ରୀ ଡେବ୍ରିଗଡ଼ରେ ବ୍ୟାଘ୍ର ଗଣନାରେ ସାମିଲ ହେବାକୁ ଯାଉଛନ୍ତି l ମୁଖ୍ୟତଃ ଆଗାମୀ ପିଢି ପାଇଁ ବନ୍ୟ ପ୍ରାଣୀ ସଂରକ୍ଷଣର ସଚେତନତା ବାର୍ତ୍ତା ତଥା ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ନୂଆଁ ଯୋଦ୍ଧା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି lଏମାନଙ୍କୁ ‘ଆମ୍ବାସେଡର ଅଫ୍ ଡେବ୍ରିଗଡ଼’ ଆଖ୍ୟା ମଧ୍ୟ ଦିଆଯାଇଛି । ଉକ୍ତ ୪୬ଜଣ ଛାତ୍ରଛାତ୍ରୀ ଗଣନା ସମୟରେ ପ୍ରୋଟୋକଲ ସର୍ଭେକ୍ଷଣ, ତଥ୍ୟ ସଂଗ୍ରହ ଓ ବନ୍ୟପ୍ରାଣୀ ଗଣନା କରିବେ। ଏହା ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ବନ୍ୟପ୍ରାଣୀଙ୍କ ସଙ୍କେତ, ପାଦଚିହ୍ନ ଓ ପାପୁଲି ଚିହ୍ନ ପ୍ରଭୃତି ତଥ୍ୟ ବାବଦରେ ସେମାନଙ୍କ ଦକ୍ଷତା ବୃଦ୍ଧି ଗଣନା ଗୋଷ୍ଠୀ କରାଯିବ।ସମୁଦାୟ ୨୬ଟି ଗଣନା ପାଈଁ ଗୋଷ୍ଠୀ କରାଯାଇଛି। ଏଥିରେ ବନବିଭାଗର ୮୦ଜଣ କର୍ମଚାରୀ ଓ ଅଧିକାରୀ ସାମିଲ ରହିବେ। ଏଥିସହ ୧୦୭ଟି ଟ୍ରାଫ୍ କ୍ୟାମେରା ୨ବର୍ଗକିଲୋମିଟରକୁ ନିରୀକ୍ଷଣ କରିବ।