ସଲମାନଙ୍କ ଘର ବାହାରେ ଗୁଳି ଚାଳନା ମାମଲା

ଗତ ମାସରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇବା ଅଭିଯୋଗରେ ମୁମ୍ବାଇ ପୁଲିସ ଲରେନ୍ସ ବି‌‌ଷ୍ନୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟଙ୍କୁ ଗିରଫ କରିଛି।
ଅଭିଯୁକ୍ତ ଜଣକ ହରିଆଣାର ଫତେହାବାଦ ନିବାସୀ ହରପାଲ ସିଂ (୩୪) ବୋଲି ସୋମବାର ସନ୍ଧ୍ୟାରେ ତାଙ୍କ ସହରରୁ ଗିରଫ କରିଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏକ ଟିମର ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୪ ତାରିଖରେ ମୁମ୍ବଇର ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ବାସଭବନ ବାହାରେ ଦୁଇଜଣ ବାଇକ ଆରୋହୀ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଚଳିତ ମାସ ଆରମ୍ଭରେ ଗିରଫ ହୋଇଥିବା ବିଷ୍ଣୋଇ ଗ୍ୟାଙ୍ଗର ଅନ୍ୟ ଜଣେ ଅଭିଯୁକ୍ତ ମହମ୍ମଦ ରାଫିକ୍ ଚୌଧୁରୀଙ୍କୁ ପଚରାଉଚରା ବେଳେ ସେ ହରପାଲ ସିଂହର ନାମ ନେଇଥିବା ପୁଲିସ ସୂଚନା ଦେଇଛି।