ସଲମାନ ଖାନ ଫାର୍ମ ହାଉସରେ ୨ ଜଣ ସନ୍ଦିଗ୍ଧ ଗିରଫ

ସଲମାନ ଖାନ ବଲିଉଡ଼ର ଜଣେ ଲୋକପ୍ରିୟ ଅଭିନେତା। ପ୍ରଶଂସକଙ୍କ ମଧ୍ୟରେ ସେ ଭାଇଜାନ୍‌ ଭାବେ ପରିଚିତ। ତାଙ୍କର ଟିକିଏ ଝଲକ୍‌ ପାଇଁ ପ୍ରଶଂସକମାନେ ପାଗଳ।ମୁମ୍ବାଇ ଅନ୍ତର୍ଗତ ପନବେଲସ୍ଥିତ ଫାର୍ମ ହାଉସରେ ଗତ ୪ ତାରିଖରେ ୨ ଜଣ ବ୍ୟକ୍ତି ପ୍ରବେଶ ଉଦ୍ୟମ କରିଥିଲେ । ପ୍ରାଥମିକ ତଦନ୍ତରୁ ସେମାନେ ପଞ୍ଜାବର ଫାଜିଲ୍‌କା ଜିଲାର ଅଜେଶ୍‌ କୁମାର ଗିଲା(୨୩) ଏବଂ ଗୁର୍‌ସେୱକ ସିଂହ ଶିଖ୍‌ ବୋଲି ଜଣାପଡ଼ିଛି। । ବର୍ତ୍ତମାନ ଏହି ସମସ୍ୟାଟି ଗମ୍ଭୀର ଅଟେ । ଏହି ଖବର ପ୍ରକୃତରେ ଚକିତ କରିଛି । ଏତେ ସୁରକ୍ଷା ମଧ୍ୟରେ, ଏହି ଦୁଇ ଅଜ୍ଞାତ ବ୍ୟକ୍ତି କିପରି ଏହି ଫାର୍ମ ହାଉସରେ ପ୍ରବେଶ କଲେ। କାହିଁକି ନା ପୂର୍ବରୁ ଅନେକ ସମୟରେ ଭାଇଜାନ ଧମକ ପାଇଛନ୍ତି।

ଉଭୟ ଅଭିଯୁକ୍ତଙ୍କୁ ଫାର୍ମ ହାଉସରେ ପ୍ରବେଶ କରିବାର କାରଣ ପଚରାଯାଇଥିଲା, ସେମାନେ କୌଣସି ଉତ୍ତର ଦେଇ ନ ଥିଲେ। ପୋଲିସ କହିଛି ଯେ, ଉଭୟ ଲୋକ ଅନ୍ୟ ରାଜ୍ୟରୁ ଆସି ଫିଲ୍ମ ଷ୍ଟାର ଦେଖିବା ପାଇଁ ମୁମ୍ବାଇ ଆସିଥିଲେ। ଉଭୟଙ୍କ ବିରୋଧରେ ଟ୍ରେସ ପାସିଂ ମାମଲା ରୁଜୁ ହୋଇଛି ଏବଂ ବର୍ତ୍ତମାନ ଉଭୟ ଜେଲରେ ଅଛନ୍ତି।