ସ୍ଵାଥ୍ୟ ଶିବିର ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଗଣିଆ ( ବିଶ୍ୱରଂଜନ ସେଠି)ଗଣିଆ ସ୍ଥିତ ପି ଏମ ଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ବୁଧବାର ଅପରାହ୍ନରେ ସ୍ଵାସ୍ଥ୍ୟ ଶିବିର ଓ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହଯୋଗରେ ଆୟୋଜିତ ଏଇ ଶିବିରରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଦଳେଇ ଓ ଡାକ୍ତର ଗିରିଧାରୀ ମଲ୍ଲ ଯୋଗଦେଇ ଛାତ୍ରୀଛାତ୍ର ମାନଙ୍କୁ ସ୍ଵାସ୍ଥ୍ୟ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହାକୁ ପାଥେୟ କରି ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ଛାତ୍ରୀଛାତ୍ର ମାନେ ନିଜର ଦିନଚର୍ଯ୍ୟ ଓ ନିୟମିତ ଖାଦ୍ୟ, ପାନୀୟ କିଭଳି ହେବା ଦରକାର ସେ ଉପରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ଛାତ୍ରୀଛାତ୍ର ମାନେ ନିଜର ସ୍ଵାସ୍ଥ୍ୟର ଯତ୍ନ ନେବା ସହ ସ୍ଵାସ୍ଥ୍ୟ ସମସ୍ୟାରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କିଭଳି ସହଯୋଗ କରାଯାଇ ପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏଥି ସହ ସମସ୍ତ ଛାତ୍ରୀ ଛାତ୍ର ମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତଙ୍କ ଅଧକ୍ଷତାରେ ଏହି ଆୟୋଜିତ କାଯ୍ୟକ୍ରମରେ ଗଣିଆ ସରପଞ୍ଚ ଗିରିଧାରୀ ସେଠି ଓ ସମିତି ସଭ୍ୟ ଫକୀର ମୋହନ ଡାକୁଆ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର କୁମାର ସାହୁ ଯୋଗ ଦେଇ ପିଲାମାନଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସମ୍ପର୍କ ରେ ଉପଦେଶ ଦେଇଥିଲେ । ଏଇ କାଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟତ୍ରୀ ପବିତ୍ର କୁମାର ବେହେରା ଶସ୍ମିତା ମଣ୍ଡଳ, ପ୍ରିୟତମା ହୋତା ଉର୍ଜା ସାହୁ, ବିକାଶ ରଞ୍ଜନ ମଲ୍ଲ, ଜ୍ୟୋତିୟାମୀ ମହାରଣା, କୌଶଲ୍ୟା ନାୟକ, ରିଙ୍କି ମଲ୍ଲିକ, ବିରେନ ନାୟକ, ଅମ୍ଲାନ ରାଉତ, ସତ୍ୟଭାମା ସେନାପତି, ଲଷ୍ମୀପ୍ରିୟା ମହାଳିକ, ଦୀପକ ମହାରଣା ଓ ଶୁଭ ପ୍ରକାଶ ବିଶ୍ୱାଳ ସହଯୋଗ କରିଥିଲେ .।
