ସସ୍ପେଣ୍ଡ ପରେ ଶ୍ରୀମୟୀ ସବୁ ସତ କହିଲେ

ବିଜୁ ଜନତା ଦଳ (ବିଜେଡି)ରୁ ସସପେଣ୍ଡ ପରେ ମୁହଁ ଖୋଲିଛନ୍ତି ଶ୍ରୀମୟୀ ମିଶ୍ର। ସେ କହିଛନ୍ତି, ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ,ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶା କୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ ବିଚାର ଆପଣମାନଙ୍କର। ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ।