ସସ୍‌ପେନ୍ସ ଥ୍ରୀଲରରେ ଭରପୂର ବିଜୟ-କ୍ୟାଟ୍ରିନାଙ୍କ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’

୨୦୨୪ ବର୍ଷ ବକ୍ସ ଅଫିସରେ ପୁଣି ଥରେ ହଇଚଇ ଆରମ୍ଭ ହେବାକୁ ଯାଉଛି। କାରଣ ପ୍ରଥମ ଥର ପାଇଁ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପଥି ଏବଂ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଘୋଷଣା ହେବା ପରଠାରୁ ଦର୍ଶକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ ୧୨ ଜାନୁୟାରୀ ୨୦୨୪ରେ ଏହି ଫିଲ୍ମ୍‌ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ବୁଧବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ‘ମେରୀ ଖ୍ରୀଷ୍ଟମାସ’ ହେଉଛି ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏକ ଆଗାମୀ ଭାରତୀୟ ଥ୍ରୀଲର ଚଳଚ୍ଚିତ୍ର ।

ତାମିଲ ଏବଂ ହିନ୍ଦୀରେ ଏକକାଳୀନ ସୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପଥି ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ରାଘବନ୍, କ୍ୟାଟ୍ରିନା ଏବଂ ପ୍ରୀତମଙ୍କ ତାମିଲ ଡେବ୍ୟୁ ଥିବା ବେଳେ ବିଜୟଙ୍କ ତୃତୀୟ ହିନ୍ଦୀ ଚଳଚ୍ଚିତ୍ର ହେବ। ରିଲିଜ୍ ତାରିଖକୁ ଅନେକ ଥର ବଦଳାଇବା ପରେ, ବର୍ତ୍ତମାନ ‘ମେରୀ ଖ୍ରୀଷ୍ଟମାସ’ ଜାନୁଆରୀ ୧୨, ୨୦୨୪ ରେ ରିଲିଜ୍‌ ହେବାକୁ ଯାଉଛି।